ଅମିତାଭ ବଚ୍ଚନଙ୍କ ନାତିଙ୍କୁ ଡେଟ୍ କରୁଛନ୍ତି ଶାହାରୁଖ ଝିଅ !
ଅମିତାଭ ବଚ୍ଚନଙ୍କ ନାତିଙ୍କୁ ଡେଟ୍ କରୁଛନ୍ତି ଶାହାରୁଖ ଝିଅ !
ମୁମ୍ବାଇ: ବିଟାଉନରେ ଏବେ ଚାଲିଛି ଷ୍ଟାର କିଡଙ୍କ ଚର୍ଚ୍ଚା । ନୂଆ ପ୍ରୋଜେକ୍ଟ, ଅଫୟାର୍ସ, ଲଭ୍, ବ୍ରେକ୍ ଅପକୁ ନେଇ ଏବେ ସବୁଠି ଲାଇମଲାଇଟରେ ଷ୍ଟାର କିଡ୍ । ଏବେ ଚର୍ଚ୍ଚା ଜୋରଧରିଛି ଯେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ଡେଟ୍ କରୁଛନ୍ତି । ଜୋୟା ଅଖତରଙ୍କ ଫିଲ୍ମ 'ଦ ଆର୍ଚିଜ୍ରେ' ଏକାଠି ନଜର ଆସିବେ ଅଗସ୍ତ୍ୟା - ସୁହାନା । ସୂଚନା ଏହା ମଧ୍ୟ ରହିଛି ଅଗସ୍ତ୍ୟା ନିଜ ପରିବାର ସହ ସୁହାନାଙ୍କୁ ନିଜ ପାର୍ଟନର ଭାବରେ ପରିଚୟ ମଧ୍ୟ କରାଇସାରିଛନ୍ତି ।

ଫିଲ୍ମ 'ଦ ଆର୍ଚିଜ୍ରେ' ସହିତ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ, ସୁହାନା ଖାନ ଏବଂ ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ୍ କରୁଛନ୍ତି । ଅଗସ୍ତ୍ୟା ମଧ୍ୟ ସୁହାନାଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଛନ୍ତି । ସୂଚନାନୁସାରେ, ଗତ ବର୍ଷ ଖ୍ରୀଷ୍ଟମାସ ଅବସରରେ କପୁର ପରିବାର ଏକ ପାର୍ଟିର ଉଭୟ ଏକାଠି ଯୋଗ ଦେଇଥିଲେ । ଏବଂ ରିପୋର୍ଟ ଅନୁସାରେ ଅଗସ୍ତ୍ୟା ନନ୍ଦା ସୁହାନା ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ପରିଚିତ କରାଇଥିଲେ । ତେବେ ଉଭୟଙ୍କ ଅଫେୟାର୍ସ ଫିଲ୍ମ ଆର୍ଚିସ୍ ସୁଟିଂ ସେଟରୁ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସବୁଠୁ ଖାସ୍ କଥା ହେଲେ ଅମିତାଭ ଝିଅ ଏବଂ ଅଗସ୍ତ୍ୟାଙ୍କ ମା' ଶ୍ୱେତା ନନ୍ଦା ମଧ୍ୟ ଉଭୟଙ୍କ ସମ୍ପର୍କକୁ ଗ୍ରୀନ୍ ସିଗନାଲ ଦେଇସାରିଛନ୍ତି ।












Click it and Unblock the Notifications