ରିଲିଜ୍ ପୂର୍ବରୁ 'ଜୱାନ'ରେ ଲାଗିଲା ୭ଟି କଟ୍, ଆତ୍ମହତ୍ୟା କରିବାର ଦୃଶ୍ୟ ହେଲା ଡିଲେଟ୍
Jawan: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ' ବର୍ତ୍ତମାନ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ । ଏହି ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ସୂଚନା ରହିଛି । ଲୋକେ ମଧ୍ୟ ଫିଲ୍ମର ଟ୍ରେଲକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ସହ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରାଙ୍କୁ ଦେଖିବା ପାଇଁ ମିଳିବ ।
ଫିଲ୍ମ 'ଜୱାନ" 7 ସେପ୍ଟେମ୍ବର 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମର ପ୍ରିଭ୍ୟୁ ରିଲିଜ ହେବା ପରେ ଏକ ଚହଳ ସୃଷ୍ଟି କରିଥିଲା । ସିନେପ୍ରେମୀ ଶାହାରୁଖଙ୍କ ନୂଆ ଅନ୍ଦାଜକୁ ବହୁ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେନ୍ସର ବୋର୍ଡ ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ U / A ସାର୍ଟିଫିକେଟ୍ ଦେଇଛି ହେଲେ ଏହା ସହିତ ଫିଲ୍ମରେ 7 ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଫିଲ୍ମ 'ଜୱାନ'ରେ କ'ଣ ପରିବର୍ତ୍ତନ କରାଯାଇଛି
- ଫିଲ୍ମ 'ଜୱାନ'ରେ ଆତ୍ମହତ୍ୟା କରିବାର କିଛି ଭିଜୁଆଲ ଫିଲ୍ମ ନିର୍ମାତାଙ୍କୁ ଡିଲିଟ କରିବାକୁ କୁହାଯାଇଥିବା ନେଇ ସୂଚନା ରହିଛି ।
- ସେହିପରି ଫିଲ୍ମରେ ମୁଣ୍ଡ କାଟିଥିବା ଦୃଶ୍ୟକୁ ହଟାଇବାକୁ କୁହାଯାଇଛି
- ଅନେକ ଖରାପ ଶବ୍ଦ ଅପସାରିତ ହୋଇଛି
- ଏଥି ସହିତ ସମ୍ପ୍ରଦାୟ ପାଇଁ ବ୍ୟବହୃତ ଶବ୍ଦଗୁଡ଼ିକୁ ମଧ୍ୟ ବଦଳାଇ ଦିଆଯାଇଛି
- ଅନେକ ଭିତ୍ତିହୀନ ସଂଳାପକୁ ପରିବର୍ତ୍ତନ କରାଯାଇଛି
- ଭାରତର ରାଷ୍ଟ୍ରପତିଙ୍କ ବଦଳରେ ରାଜ୍ୟ ମୁଖ୍ୟ ଶବ୍ଦ ବ୍ୟବହାର କରିବାକୁ କୁହାଯାଇଛି।
ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କୁ ଡବଲ୍ ରୋଲରେ ଦେଖିବା ପାଇଁ ମିଳିବ । ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ରୋମାଞ୍ଚକ ଦୃଶ୍ୟ ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନଙ୍କ ସହ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେତୁପଥୀ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ, ସଞ୍ଜଜୟ ଦତ୍ତ ଏବଂ ଦକ୍ଷିଣର ମେଗାଷ୍ଟାର ଥାଲାପାଥୀ ବିଜୟଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଟଲେ ଅଟନ୍ତି ।












Click it and Unblock the Notifications