Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହେବ 'ଜୱାନ୍', ଜାଣନ୍ତୁ ସପ୍ତାହ ଶେଷରେ କେତେ କରିବ ଆୟ

Jawan Box Office Prediction: ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳୁଛି । ଫିଲ୍ମର ଜବରଦସ୍ତ ଆଡଭାନ୍ସ ବୁକିଂ ଜାରି ରହିଛି । ଏଟଲି କୁମାରଙ୍କ ନିର୍ଦ୍ଦେଶିତ 'ଜୱାନ'ରେ ଶାହରୁଖଙ୍କ ସହ ନୟନତାରା, ଦୀପିକା ପାଦୁକୋଣ, ବିଜୟ ସେଥୁପଥି, ସାନିଆ ମଲହୋତ୍ରା ଏବଂ ପ୍ରିୟମଣି ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ପ୍ରଥମ ଦିନରେ ଫିଲ୍ମଟି କେତେ ଆୟ କରିବ ତାହାକୁ ନେଇ ଚାଲିଛି ପ୍ରେଡିକସନ୍ ।

ଆଡଭାନ୍ସ ବୁକିଂକୁ ଦେଖି ଲାଗୁଛି ଚଳଚ୍ଚିତ୍ରଟି ଅନେକ ରେକର୍ଡ ବ୍ରେକ କରିବ । ନିର୍ମାତା ତଥା ଚଳଚ୍ଚିତ୍ର ବ୍ୟବସାୟ ବିଶ୍ଳେଷଣକାରୀ ଗିରିଶ ଜୋହର କହିଛନ୍ତି ଯେ, ଚଳଚ୍ଚିତ୍ରଟି ଉଦଘାଟନୀ ଦିନରେ 100 କୋଟି ଆୟ କରିବାର ସମ୍ଭାବନା ରହିଛି ।

Jawan

ଗିରିଶ ଜୋହରଙ୍କ ସୂଚନା ଅନୁସାରେ ପ୍ରଥମ ଦିନରେ 'ଜୱାନ' ୧୦୦ କୋଟି କ୍ଲବରେ ସାମିଲ ହେବ । ସମସ୍ତ ଭାଷାରେ ଜୱାନ୍ ପ୍ରଥମ ଦିନରେ ଭାରତରେ 60 କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଆଶଙ୍କା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱରେ ସପ୍ତାହକ ମଧ୍ୟରେ 'ଜୱାନ୍' ବିପୁଳ ଆୟ କରି 300 କୋଟି ଟଙ୍କାର କ୍ଲବରେ ସାମିଲ ହେବ ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗିରିଶ ଜୋହର କହିଛନ୍ତି- ମୁଁ ଆଶା କରୁଛି ଯେ ଫିଲ୍ମ ସାରା ବିଶ୍ୱରେ ପ୍ରଥମ ଦିନରେ 100 କୋଟି ଟଙ୍କା ସଂଗ୍ରହ କରିବ। ଯେଉଁଥିରେ 40 କୋଟି ବିଦେଶରୁ ଏବଂ ଭାରତରେ 60 କୋଟିର ବ୍ୟବସାୟ କରିବ । ତେବେ ଏହି ଫିଲ୍ମ ଅତି ସହଜରେ 'ପଠାନ'ର ରେକର୍ଡ ଭାଙ୍ଗିବା ପାଇଁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି- ଯଦି ଫିଲ୍ମ ପ୍ରଥମ ଦିନରେ 100 କୋଟି ଟଙ୍କାର ବ୍ୟବସାୟ କରେ, ତେବେ ସପ୍ତାହ ଶେଷ ସୁଦ୍ଧା ଫିଲ୍ମ 350-400 କୋଟି ଟଙ୍କା ବ୍ୟବସାୟ କରିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+