ରିଲିଜ୍ ହେଲା 'ଜୱାନ' ଟ୍ରେଲର, ଏଥ ପୁଣି ଦେଶକୁ ବଞ୍ଚାଇବେ ଶାହାରୁଖ ଖାନ

Jawan Trailer Out: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ 'ଜୱାନ'କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା । ଶାହାରୁଖ ଏବଂ ତାଙ୍କ ଫିଲ୍ମ ଜୱାନ୍ ଟ୍ରେଣ୍ତରେ ରହିଥିଲା । 'ଜୱାନ'ର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେବା ଦିନଠାରୁ ଲୋକମାନେ ଏହାର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।

ଶେଷରେ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି ଏବଂ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ'ର ଟ୍ରେଲର ଆଜି ମୁକ୍ତିଲାଭ କରିଛି । ଶାହାରୁଖ ଖାନ ନିଜେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜୱାନ'ର ଟ୍ରେଲରକୁ ସେୟାର କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ଅଟଲେ ଏବଂ ଏହି ସିନେମାରେ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଶାହାରୁଖ ଖାନଙ୍କ ସହ ସିନେ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ।

Shah Rukh Khan
ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର'ଜୱାନ'ର ଟ୍ରେଲର ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଟ୍ରେଣ୍ଡ ହେଉଛି । ଲୋକମାନେ ଏହାର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି । ଟ୍ରେଲର ଏକ ସ୍ୱତନ୍ତ୍ର ସଂଳାପରୁ ଆରମ୍ଭ ହୋଇଛି, ଯେଉଁଥିରେ କୁହାଯାଇଛି - ଏକ ରାଜା ଥା, ଏକ ବାଦ୍ ଏକ ଜଙ୍ଗ ହୋତା ଗୟା... ଏହି କାହାଣୀ ଟ୍ରେଲରକୁ ଆହୁରି ଶକ୍ତିଶାଳୀ କରିଛି । ଟ୍ରେଲରରେ ବିଜୟ ସେତୁପଥି, ସାନିଆ ମଲହୋତ୍ରା, ନୟନତାରା, ଦୀପିକା ପାଦୁକୋଣ, ସୁନୀଲ ଗ୍ରୋଭରଙ୍କ ରିଡି ଡୋଗ୍ରା ଏବଂ କିଙ୍ଗ ଖାନଙ୍କୁ ଯବର ଦସ୍ତ ଅନ୍ଦାଜରେ ଦେଖିବା ପାଇଁ ମିଳୁଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+