୨୦୨୩ରେ ଶାହାରୁଖ ରାଜ୍: ରିଲିଜ୍ ପୂର୍ବରୁ ଫିଲ୍ମ 'ଡଙ୍କି' କଲାଣି ଏତିକି କୋଟିର ବ୍ୟବସାୟ, ଜାଣନ୍ତୁ କେଉଁ OTT'ପ୍ଲାଟଫର୍ମରେ ହେବ
Dunki OTT Release: 2023 ଅର୍ଥାତ୍ ଚଳିତ ବର୍ଷ ବଲିଉଡରେ ଚାଲିଛି କିଙ୍ଗ୍ ଖାନଙ୍କ ରାଜ୍ । ବର୍ଷ ଆରମ୍ଭରୁ ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ମୁକ୍ତିଲାଭ କରିଥିଲା ଯାହା ଖୁବ୍ ଭଲ ବ୍ୟବସାୟ କରିଥିଲା । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ କିଙ୍ଗ୍ ଖାନ ।
ଚଳିତ ବର୍ଷର ଶାହାରୁଖ ଖାନଙ୍କର ତୃତୀୟ ସିନେମାକୁ ନେଇ ଘୋଷଣା ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବର୍ତ୍ତମାନଠାରୁ ପ୍ରଶଂସକମାନେ 'ଡଙ୍କି'କୁ ନେଇ
ବେଶ୍ ଖୁସ ଅଛନ୍ତି । ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରିଲିଜ୍ ହୋଇନାହିଁ ହେଲେ ଏହାର OTT ରିଲିଜ୍ ବିଷୟରେ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଉଭୟ ଡିଜିଟାଲ ଏବଂ ସାଟେଲାଇଟ୍ ଅଧିକାର 230 କୋଟିରେ ବିକ୍ରି ହୋଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ ।
ଫିଲ୍ମ 'ଡଙ୍କି' ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଛନ୍ତି, ଯିଏ ମୁନ୍ନାଭାଇ MBBS, 3 Idiots ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଗୌରୀ ଖାନ, ଜ୍ୟୋତି ଦେଶପାଣ୍ଡେ ଏବଂ ରାଜକୁମାର ହିରାନୀ ପ୍ରଡ୍ୟୁସ୍ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଭିକି କୌଶଲ ମଧ୍ୟ ଏକ ଖାସ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ବମନ ଇରାନୀ, ସତୀଶ ଶାହା, ଦିଆ ମିର୍ଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବା ନେଇ ସୂଚନା ରହିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications