OTT'ରେ କିଙ୍ଗ୍ ଖାନଙ୍କ ରାଜ୍, ଏହି ପ୍ଲାଟଫର୍ମରେ ଦେଖନ୍ତୁ ଫିଲ୍ମ 'ଡଙ୍କି'
Shah Rukh Khan: ବଲିଉଡ କିଙ୍ଗ୍ ଶାହାରୁଖ ଖାନଙ୍କ 'ଡିଙ୍କି' ବକ୍ସ ଅଫିସରେ ବେଶ୍ ଭଲ ଆୟ କରିବା ସହ ସିନେପ୍ରେମୀଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା । ଗତ ବର୍ଷ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର କାହାଣୀ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର OTT ଷ୍ଟ୍ରିମିଂକୁ ଅପେକ୍ଷା କରିଥିଲେ । ଭାଲେଣ୍ଟାଇନ୍ସ ଡେ ଅବସରରେ ଶାହାରୁଖ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ କହିଥିଲେ । ଶେଷରେ ନିଜ ଫ୍ୟାନ୍ସଙ୍କ ମନ ରଖିଥିଲେ ଶାହାରୁଖ ।
ପ୍ରେମ ଦିବସ ଅବସରରେ କିଙ୍ଗ ଖାନ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି । 'ଡିଙ୍କି' OTT ରେ ରିଲିଜ୍ ହୋଇଛି ଯାଇଛି । ଚାଲନ୍ତୁ ଜାଣିବା କେଉଁ OTT ପ୍ଲାଟଫର୍ମରେ ଆପଣ ଶାହାରୁଖ ଖାନଙ୍କ ଏହି ଫିଲ୍ମ ଦେଖିପାରିବେ ।
ଏହି ଚଳଚ୍ଚିତ୍ରକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହେଉଛି । ରାଜକୁମାର ହିରାନୀଙ୍କ ଡଙ୍କି ଶେଷରେ OTT ରେ ମୁକ୍ତିଲାଭ କରିଛି । ଆଜ୍ଞା ହଁ, ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ରର ଅଧିକାର କିଣିଛି । ବର୍ତ୍ତମାନ ଆପଣ ଏହି ଫିଲ୍ମ ନେଟଫ୍ଲିକ୍ସ ଦେଖିପାରିବେ । ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଅଫିସିଆଲ୍ ପୋଷ୍ଟ ସେୟାର କରି ନେଟଫ୍ଲିସ୍ ଏନେଇ ସୂଚନା ଜାରି କରିଛି । ବର୍ତ୍ତମାନ ଆପଣ ଘରେ ବସି ନେଟଫ୍ଲିକ୍ସରେ ଏହି ଚଳଚ୍ଚିତ୍ରର ମଜା ନେଇ ପାରିବେ ।

ତେବେ ଏହି ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଏହା 29.2 କୋଟି ଟଙ୍କା ସଂଗ୍ରହ କରିଥିଲା । ଘରୋଇ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି ମୋଟ 212.42 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା । ଶାହାରୁଖଙ୍କ ଏହି ଚଳଚ୍ଚିତ୍ର 21 ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଡଙ୍କିରେ ଶାହାରୁଖ ହାର୍ଡି ନାମକ ଏକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଏହି ସିନେମାରେ ଶାହାରୁଖ ଖାନଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀଙ୍କ ସହ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications