ଅନଲାଇନ୍ ଲିକ୍ ହେଲା କିଙ୍ଗ୍ ଖାନଙ୍କ ଫିଲ୍ମ 'ଜୱାନ୍', ଆୟ ଉପରେ ପକାଇପାରେ ପ୍ରଭାବ
Jawan Online Leak: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ' 7 ସେପ୍ଟେମ୍ବର 2023ରେ ସିନେମା ହଲରେ
ମୁକ୍ତିଲାଭ କରିସାରିଛି । 'ଜୱାନ' ରିଲିଜ୍ ପରେ ସବୁଠି ସେଲିବ୍ରେସନର ମାହୋଲ ଦେଖିବା ପାଇଁ ମିଳୁଛି । କିଙ୍ଗ୍ ଖାନଙ୍କ ପ୍ରଶଂସକମାନେ ଏକ ଉତ୍ସବ ପରି ଏହି ଦିନକୁ ପାଳନ କରୁଛନ୍ତି ।
ଫାସ୍ଟ ଡେ ଫାସ୍ଟ ସୋ'ଦେଖିବା ପାଇଁ ପ୍ରତ୍ୟେକ ସିନେମା ହଲରେ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ଫିଲ୍ମଟି ଉଦଘାଟନୀ ଦିନରେ ବହୁତ ଭଲ ଆୟ କରିଛି । ହେଲେ 'ଜୱାନ୍' ଟିମକୁ ଲାଗିଛି ଝଟକା । କାରଣ ଏହି ଫିଲ୍ମଟି ଅନଲାଇନ୍ ହୋଇଯାଇଛି ଲିକ୍ । ମିଡିଆ ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରଟି ଅନେକ ଟୋରେଣ୍ଟ ପ୍ଲାଟଫର୍ମ ଏବଂ ଫାଇଲ୍ ସେୟାରିଂ ନେଟୱାର୍କରେ ସହଜରେ ଉପଲବ୍ଧ ହୋଇପାରିଛି ।

ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ରିଲିଜ ହେବାର ପ୍ରଥମ ଦିନରେ 75 କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ମେକର୍ସ ଆଶା ରଖିଥିଲେ । ହେଲେ ବର୍ତ୍ତମାନ ଫିଲ୍ମଟି ଅନଲାଇନ୍ ଲିକ୍ ହେବା ପରେ ବକ୍ସ ଅଫିସରେ ଏହାର କିପରି ପ୍ରଭାବ ପଡିବ ତାହା ଦେଖିବା ବାକି ରହିଲା ।
ଏହି ଫିଲ୍ମ ଅନେକ ୱେବସାଇଟରେ ଫୁଲ୍ HD ପ୍ରିଣ୍ଟରେ ଉପଲବ୍ଧ ଅଛି । ମିଡିଆ ରିପୋର୍ଟ ଅନୁଯାୟୀ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଅନଲାଇନ୍ ଲିକ୍ ହୋଇଯାଇଛି । ଯାହା ତାମିଲରକର୍ସ, MP4 ମୁଭିଜ୍, ଭେଗା ମୋଭିଜ୍ ଏବଂ ଫିଲ୍ମିଜିଲା ସମେତ ଅନେକ ୱେବସାଇଟରେ ସମ୍ପୂର୍ଣ୍ଣ HD ପ୍ରିଣ୍ଟରେ ମାଗଣା ଡାଉନଲୋଡ୍ ହୋଇପାରୁଛି । ତେବେ ଫିଲ୍ମ ଲିକ୍ ହେବା ପରେ ଏହା ପ୍ରଭାବ ସିନେମାର ଆୟ ଉପରେ ପଡିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଫିଲ୍ମର ଅନଲାଇନ୍ ଲିକ୍ ପରେ ନିର୍ମାତାମାନେ କୋଟି କୋଟି ଟଙ୍କା କ୍ଷତି ସହିପାରନ୍ତି ।
ଖବରଥାଉ ଯେ, ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କୁ ଡବଲ ଭୂମିକାରେ ଦେଖିବା ପାଇଁ ମିଳୁଛି । ଶାହାରୁଖ ଖାନଙ୍କ ବ୍ୟତୀତ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେତୁପଥି ମଧ୍ୟ ଏହି ଫିଲ୍ମରେ ନଜର ଆସୁଛନ୍ତି। ଏହା ବ୍ୟତୀତ ଦୀପିକା ପାଦୁକୋଣ, ସଞ୍ଜୟ ଦତ୍ତ ଏବଂ ଦକ୍ଷିଣର ମେଗାଷ୍ଟାର ଥଲାପତି ମଧ୍ୟ ଏହି ଫିଲ୍ମରେ କେମିଓ ରୋଲରେ ନଜର ଆସୁଛନ୍ତି ।












Click it and Unblock the Notifications