ଆଜି ୫୮ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ, ଶୁଭେଚ୍ଛା ଜଣାଇବା ପାଇଁ ମନ୍ନତ ପହଞ୍ଚିଲେ ଫ୍ୟାନ୍ସ

Shah Rukh Khan Birth Day: ଆଜି ବଲିଉଡର ବାଦଶାହା କିଙ୍ଗ ଖାନାଙ୍କ ଜନ୍ମଦିନ । ଆଜି ଶାହାରୁଖ ନିଜ ୫୮ ତମ ଜନ୍ମ ଦିନ ପାଳନ କରୁଛନ୍ତି । ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ଗତ ତିନି ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି କିଙ୍ଗ୍ ଖାନ । ତାଙ୍କର ଅପୂର୍ବ ଅଭିନୟ ଏବଂ ସୁପରହିଟ୍ ଚଳଚ୍ଚିତ୍ର ଯୋଗୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ବାଦଶାହା ସାଜିଛନ୍ତି ଶାହାରୁଖ ।

ବଲିଉଡର ବାଦଶାହାଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି ଯେଉଁମାନଙ୍କ ପାଇଁ ଅଭିନେତାଙ୍କ ଜନ୍ମଦିନ କୌଣସି ଉତ୍ସବଠାରୁ କମ୍ ନୁହେଁ । ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ବଲିଉଡର ବାଦଶାହାଙ୍କୁ ଶୁଭେଚ୍ଚା ଜଣାଇବା ପାଇଁ ହଜାର ହଜାର ପ୍ରଶଂସକ ମମ୍ମତ ସମ୍ମୁଖରେ ଏକତ୍ରିକ ହୋଇଥିଲେ । ଅଭିନେତା ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ଆସି ସେ ପ୍ରଶଂସଙ୍କୁ ଶୁଭେଚ୍ଛା ଗ୍ରହଣ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 shah rukh khan

ରାତି ସାରା ମନ୍ନତ ବାହାରେ ଫ୍ୟାନ୍ସଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । କିଏ ଫୁଲ ତୋଡା ତ କିଏ ହାତରେ କେକ୍ ଧରି ନିଜ ପ୍ରିୟ ଷ୍ଚାରଙ୍କୁ ୱିସ୍ କରିବା ପାଇଁ ପହଞ୍ଚିଥିଲେ ।ଏପରିକି ଅନେକ ବଡ଼ ବଡ଼ ପୋଷ୍ଟର ମଧ୍ୟ ଦର୍ଶକଙ୍କ ହାତରେ ଦେଖିବା ପାଇଁ ମିଳିଥିଲା । ଏପରିକି ରାତିରେ କିଙ୍ଗ୍ ଖାନଙ୍କ ମନ୍ନତ ବାହାରେ ପ୍ରଶଂସକଙ୍କ ଆତସବାଜି ଦେଖିବା ପାଇଁ ମିଳିଥିଲା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶାହାରୁଖ ପ୍ରଥମେ ଟେଲିଭିଜନ ଏବଂ ପରେ ସିନେମା ଜଗତରେ ପାଦ ଦେଇଥିଲେ । ଚଳଚ୍ଚିତ୍ର 'ଦିୱାନା' ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ ।

ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେହିପରି ଗତକାଲି ସାରା ରାତି 'ମନ୍ନତ' ବାହାରେ ପ୍ରଶଂସକଙ୍କ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା, ସମସ୍ତ ପ୍ରଶଂସକ ଶାହାରୁଖ ଖାନଙ୍କ ଜନ୍ମଦିନ ଶୁଭକାମନା ଜଣାଇବା ପାଇଁ ତାଙ୍କ ଘର ବାହାରେ ପହଞ୍ଚିଥିଲେ । କିଙ୍ଗ ଖାନ୍ ମଧ୍ୟ ନିଜ ପ୍ରଶଂସକ ସହ ଜନ୍ମଦିନ ପାଳିଛନ୍ତି । ସେ ନିଜ ଘର ବାହାରକୁ ଆସି ହାତ ହଲାଇ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନେକ କଳାକାର ମଧ୍ୟ କିଙ୍ଗ୍ ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

2023 ବର୍ଷ ଶାହାରୁଖଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିଛି । ତାଙ୍କର ଦୁଇ ଦୁଇଟି ଚଳଚ୍ଚିତ୍ର ପଠାନ ଏବଂ ଜୱାନ ବକ୍ସ ଅଫିସରେ ସୁପରହିଟ୍ ହୋଇଛି ଏବଂ ବଲିଉଡରେ ଏକ ନୂଆ ରେକର୍ଡ ସୃଷ୍ଚି କରିଛି । ଚଳଚ୍ଚିତ୍ର ପଠାନ ଏବଂ ଜୱାନ ପରେ ବର୍ତ୍ତମାନ କିଙ୍ଗ ଖାନ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+