'ପଠାନ୍' ପରେ ଟାଇଗର୍-୩ରେ ଧମାଲ୍ କରିବ ଶାହାରୁଖ-ସଲମାନଙ୍କ ଯୋଡି

ସଲମାନ ଖାନଙ୍କ ଫିଲ୍ମ ଟାଇଗର-3ରେ ମଧ୍ୟ ଶାହାରୁଖ ଖାନଙ୍କୁ ଦେଖିବା ପାଇଁ ମିଳିବ । ଫେବୃଆରୀ କିମ୍ବା ମାର୍ଚ୍ଚରେ ସଲମାନ ଖାନଙ୍କ ସହ ତାଙ୍କ ଭାଗର ସୁଟିଂ କରି ପାରନ୍ତି କିଙ୍ଗ୍ ଖାନ ।

shah rukh khan

ମୁମ୍ବାଇ: ଫିଲ୍ମ 'ପଠାନ୍'ରିଲିଜ୍ ହେବା ପରଠୁ ଶାହାରୁଖ ଖାନଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି । ଫିଲ୍ମଟି ଲଗାତାର ବକ୍ସଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହି ଫିଲ୍ମରେ ସଲମାନ ଖାନଙ୍କୁ ମଧ୍ୟ କିଛି ମିନିଟ୍ ପାଇଁ ଦେଖିବା ପାଳିଛି । ଚଳଚ୍ଚିତ୍ର 'ପଠାନ୍'ରେ ଶାହାରୁଖ ଖାନ ଏକ ମିଶନରେ ଅଛନ୍ତି ଯେଉଁଥିରେ ସେ ସଲମାନଙ୍କୁ ସାହାଯ୍ୟ କରିବାକୁ ଡାକିଛନ୍ତି । ଦୁଇ ସୁପରଷ୍ଟାରଙ୍କୁ ଏକାଠି ଦେଖି ଫ୍ୟାନ୍ସ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଏହା ସହ ଏବେ ଫ୍ୟାନ୍ସ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ, ପୁଣି କେବେ ଏହି ଯୋଡିକୁ ବଡପରଦାରେ ଦେଖିବା ପାଇଁ ମିଳିବ ।

ତେବେ ସଲମାନ ଖାନଙ୍କ ଫିଲ୍ମ ଟାଇଗର-3ରେ ମଧ୍ୟ ଶାହାରୁଖ ଖାନଙ୍କୁ ଦେଖିବା ପାଇଁ ମିଳିବ । ଫେବୃଆରୀ କିମ୍ବା ମାର୍ଚ୍ଚରେ ସଲମାନ ଖାନଙ୍କ ସହ ତାଙ୍କ ଭାଗର ସୁଟିଂ କରିବେ କିଙ୍ଗ୍ ଖାନ । ଖବର ଅନୁଯାୟୀ, 'ଟାଇଗର-3' ରେ ସଲମାନ ଖାନଙ୍କ ସହ ଆକ୍ସନ୍ ସିନ୍ ପାଇଁ ଶାହାରୁଖ ଖାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱିଗ୍ ପ୍ରସ୍ତୁତ କରାଯାଇଛି । ଶାହାରୁଖ ଏବଂ ସଲମାନ ଖାନ ପ୍ରାୟ ୩ ମାସ ଧରି 'ଟାଇଗର-3' ର ଶୁଟିଂ କରିବା ପାଇଁ ତାରିଖ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଉଭୟ ଅଭିନେତା ନିଜ ନିଜ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଛନ୍ତି । ସଲମାନ 'କିସି କା ଭାଇ କିସି କି ଜାନ' ରେ ବ୍ୟସ୍ତ ଅଛନ୍ତି, ଯାହା ଚଳିତ ବର୍ଷ ଏପ୍ରିଲ ମାସରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସେହିପରି ଶାହରୁଖ ଖାନ ଫିଲ୍ମ 'ଜୱାନ' ଏବଂ ରାଜକୁମାର ହିରାନୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଡଙ୍କି'ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+