ଘଣ୍ଟା ପାଇଁ ଶାହାରୁଖ ଖାନ ହେଲେ ହଟହଟା, ଦେବାକୁ ପଡିଲା ଜରିମାନା
ଘଣ୍ଟା ପାଇଁ ଶାହାରୁଖ ଖାନ ହେଲେ ହଟହଟା, ଦେବାକୁ ପଡିଲା ଜରିମାନା
ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶାହରୁଖ ଖାନ ଏବଂ ତାଙ୍କ ଦଳକୁ ଅଟକାଇ ଦିଆଯାଇଥିଲା । ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦଦଲାନି ବିମାନବନ୍ଦରରୁ ବାହାରିଥିବାର ନଜର ଆସିଥିଲେ ହେଲେ କିଙ୍ଗ ଖାନଙ୍କ ବର୍ଡିଗାର୍ଡ ରବି ଏବଂ ଟିମର ଅନ୍ୟ ସଦସ୍ୟକୁ ରଖି ପଚରଉଚରା କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ ଭାରତକୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ହାତ ଘଣ୍ଟା ଆଣିବା, ତାଙ୍କ ବ୍ୟାଗରେ ଦାମୀ ଘଣ୍ଟାର ଖାଲି ଡବା ମିଳିବା ଏବଂ କଷ୍ଟମ ଡ୍ୟୁଟି ନଦେବା ନେଇ ପଚରା ଉଚରା କରାଯାଇଥିଲା ।

ବାସ୍ତବରେ ଶାହାରୁଖ ଖାନ ତାଙ୍କ ଟିମ୍ ଏକ ପ୍ରାଇଭେଟ ବିମାନରେ ଆସି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲେ । ରେଡ ଚ୍ୟାନେଲ ପାର ହେଉଥିବାବେଳେ କଷ୍ଟମ୍ ଶାହାରୁଖ ଖାନ ଏବଂ ତାଙ୍କ ଦଳର ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ । ଏହା ପରେ ସମସ୍ତଙ୍କୁ ଅଟକାଇବା ସହ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଅନୁସନ୍ଧାନ ବେଳେ ବ୍ୟାଗରେ ଅନେକ ଦାମୀ ଘଣ୍ଟା BUBEN & ZORWEG ଘଣ୍ଟା, 6 ଟି ରୋଲକ୍ସ ଘଣ୍ଟାର ଖାଲି ଡବା, Spirit-8ର ଘଣ୍ଟା ଯାହାର ମୂଲ୍ୟ ପ୍ରାୟ ପ୍ରାୟ 8 ଲକ୍ଷ ଟଙ୍କା ଏହା ସହ ଆପଲ୍ ସିରିଜ୍ ଘଣ୍ଟା ମଧ୍ୟ ଦେଖିବାକୁ ମିଳିଥିଲା । ଜାଞ୍ଚ ବେଳେ ୧୮ ଲକ୍ଷ ଟଙ୍କାର ଏକ ହାତଘଣ୍ଟା ଓ କିଛି କଭର ମିଳିଥିଲା । ହେଲେ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା କି ଏହି ଘଣ୍ଟାର କଷ୍ଟମ ଡ୍ୟୁଟି ଡିପୋଜିଟ୍ ହୋଇନାହିଁ । ଯାହା ପରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ ପଡିଥିଲା ଶାହାରୁଖ ଖାନଙ୍କୁ । ହେଲେ ଏହା ସତ୍ୱେ ଶାହରୁଖ ଏବଂ ପୂଜା ଦଦଲାନୀଙ୍କୁ ବିମାନ ବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଶାହରୁଖ ଖାନଙ୍କ ବର୍ଡିଗାର୍ଡ ଓ ଅନ୍ୟ ଟିମ ମେମ୍ବରଙ୍କୁ ଅଟକାଇ ପଚରା ଉଚରା କରାଯାଇଥିଲା । ତେବେ ବିଲ୍ ଯାଞ୍ଚ କରିବା ପରେ ତାଙ୍କୁ ପ୍ରାୟ 6.83 ଲକ୍ଷ କଷ୍ଟମ୍ ଡ୍ୟୁଟି ଦେବାକୁ ପଡିଥିଲା ।












Click it and Unblock the Notifications