ଲଣ୍ତନରେ ଶାହାରୁଖ ଖାନ ,ପାକିସ୍ଥାନୀ ଫ୍ୟାନ୍ସ ସେୟାର କଲେ ଫଟୋ

MUMBAI ,SHAH RUKH KHAN ,PATHAN ,DUNKI ,RAJKUMAR HIRANI ,ODIA NEWS ,ODIA BOLLYWOOD NEWS ,BOLLYWOOD NEWS IN ODIA ,SRK ,TAPSEE. TAAPSEE PANNU

ମୁମ୍ବାଇ: ରାଜକୁମାର ହିରାନୀଙ୍କ ଫିଲ୍ମ 'ଡଙ୍କି'ର ସୁଟିଂ ଜାରି ରଖିବା ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ୟୁରୋପରେ ଅଛନ୍ତି । ସେଠାରେ ଶାହାରୁଖ ଖାନ କାମରୁ କିଛି ସମୟ ବାହାର କରି ଲଣ୍ଡନର ରୋଷେୟାଙ୍କ ସହ କିଛି ସମୟ ଉପଭୋଗ କରିବାକୁ ଯାଇଥିଲେ, ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ଲାଗିଛି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପନ୍ନୁ ଶାହରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ୟୁକେରେ ରହୁଥିବା ଜଣେ ପାକିସ୍ଥାନୀ କୁକ୍ , ଯିଏ ଇନଷ୍ଟାଗ୍ରାମରେ ବିଙ୍ଗ୍ ସୈଫ୍ ହସନ୍ ନାମରେ ପରିଚିତ, ସେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଠାରେ ଶାହରୁଖଙ୍କୁ ଦୁଇଜଣ ରୋଷେୟାଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଇନଷ୍ଟାରେ ତିନୋଟି ଫଟୋ ସେ ପୋଷ୍ଟ କରିଛନ୍ତି । ଫଟୋ ସେୟାର କରିବା ସହ ସେ ଶାହାରୁଖଙ୍କ ଫିଲ୍ମ 'ଓମ୍ ଶାନ୍ତି ଓମ୍' ଡାଏଲଗ୍ ମଧ୍ୟ ଲେଖିଛନ୍ତି । ଶାହାରୁଖ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।

SRK
ଏହାପୂର୍ବରୁ 'ଡଙ୍କି'ର ସେଟରୁ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। 'ଡଙ୍କି' ସୁପରଷ୍ଟାର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ 'ମୁନ୍ନାଭାଇ' ଫ୍ରାଞ୍ଚାଇଜ୍, 'ପି.କେ' ଏବଂ '୩ ​​ଇଡିଅଟ୍ସ' ଭଳି ଚଳଚ୍ଚିତ୍ର ପାଇଁ ବେଶ୍ ଜଣାଶୁଣା। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ରଣବୀର କପୁରଙ୍କ ଅଭିନୀତ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ସଞ୍ଜୁ।

ତାପସୀ ପନ୍ନୁ ନିଜ ଫିଲ୍ମ 'Shabash Mithu'ର ପ୍ରମୋସନ ସମୟରେ ଗଣମାଧ୍ୟମକୁ କହିଥିଲେ ଯେ ସେ' ଡଙ୍କି '
ଫିଲ୍ମର କିଛି ଭାଗ ସୁଟ୍ କରିସାରିଛନ୍ତି । 'ଡଙ୍କି' ଡିସେମ୍ବର ୨୨,୨୦୨୩ ରେ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+