'ଯବାନ' ରେ ଏକାଠି ନଜର ଆସିବେ ଶାହାରୁଖ ଖାନ- ଥାଲପତି ବିଜୟ !
'ଯବାନ' ରେ ଏକାଠି ନଜର ଆସିବେ ଶାହାରୁଖ ଖାନ- ଥାଲପତି ବିଜୟ !
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶାହାରୁଖ ଖାନ ଷ୍ଟାରର ଫିଲ୍ମ 'ଯବାନ'ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ଅରୁଣ କୁମାର ବା ଏଟଲି କୁମାର । ନିକଟରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା । ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଥିଲା । 'ଯବାନ' ରେ ଶାହାରୁଖ ଖାନଙ୍କ ସହ ସାଉଥ ସୁପରଷ୍ଟାର ବିଜୟଙ୍କୁ ଦେଖିବା ପାଇଁ ମିଳିପାରେ । ଯାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ଏହି କଳ୍ପନାଜଳ୍ପନା ମଧ୍ୟରେ ଦକ୍ଷିଣ ନିର୍ଦ୍ଦେଶକ ଏଟଲି କୁମାର 21 ସେପ୍ଟେମ୍ବରରେ ନିଜ ଜନ୍ମଦିନ ପାଳନ କରିଥିଲେ । ଏଟଲି କୁମାରଙ୍କ ବର୍ଥ ଡେ ପାର୍ଟିରେ ଶାହାରୁଖ ଖାନଙ୍କ ବ୍ୟତୀତ ସୁପରଷ୍ଟାର ବିଜୟଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ନିର୍ଦ୍ଦେଶକ ଏଟଲେ ତାଙ୍କ ଜନ୍ମଦିନ ପାର୍ଟିର ଏକ ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥି ଏକା ସହିତ ବିଜୟ, ଶାହାରୁଖ ଓ ଏଟଲିଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ଫଟୋ ସେୟାର କରି ଏଟଲି ଲେଖିଛନ୍ତି 'ମୁଁ ମୋ ଜନ୍ମଦିନରେ ଏହାଠୁ ଅଧିକ ଆଉ କ'ଣ ମାଗିବି । ଏହା ମୋର ସର୍ବଶ୍ରେଷ୍ଠ ଜନ୍ମଦିନ । ଏଟଲିଙ୍କ ସହ ଶାହାରୁଖ ଏବଂ ବିଜୟଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଫ୍ୟାନ୍ସ ଫିଲ୍ମକୁ ନେଇ ନିର୍ଦ୍ଦେଶକଙ୍କୁ ଅନେକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ଦର୍ଶକ ଏହା ମଧ୍ୟ ଜାଣିବା ପାଇଁ ଚାହୁଁଛନ୍ତି ଯେ ଫିଲ୍ମ 'ଯବାନ' ରେ ଏହି ଦୁଇ ଷ୍ଟାର ଏକାଠି ନଜର ଆସିବେ ନା ନାହିଁ । ହେଲେ ମେକର୍ସ ଏ ନେଇ କୌଣସି ସୂଚନା ଦେଇ ନାହଁନ୍ତି ।












Click it and Unblock the Notifications