Get Updates
Get notified of breaking news, exclusive insights, and must-see stories!

ଅନନ୍ତ-ରାଧିକାଙ୍କ ବିବାହରେ ପୁଣି ଫ୍ୟାନ୍ସଙ୍କୁ ମନ ଜିଣିଲେ ଶାହାରୁଖ ଖାନ, ଦେଖନ୍ତୁ ଭିଡିଓ

Anant Ambani Radhika Merchant Wedding: ଗତକାଲି ରାଜକୀୟ ଅନ୍ଦାଜରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ବିବାହରେ ବଲିଉଡ ଏବଂ ସାଉଥର ଅନେକ କଳାକାରଙ୍କୁ ଦେଖିବା ପାଇଁ ମିଳିଥିଲା । ଅନନ୍ତ-ରାଧିକାଙ୍କ ବିବାହରେ ଚାରଚାନ୍ଦ ଲଗାଇଥିଲା ସଲମାନ-ଶାହାରୁଖ ଡ୍ୟାନ୍ସ, ରଣବରୀ ସିଂ ଦମଦାର ଅନ୍ଦାଜ ଏବଂ ବାକି ବଲିଉଡ ଷ୍ଟାର ଜବରଦସ୍ତ ଅନ୍ଦାଜ୍ । ପୁରା ବଲିଉଡ ଏଠି ବେଶ୍ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା। କେବଳ କଳାକାର ନୁହଁନ୍ତି ଅନେକ ରାଜନେତା, ବ୍ୟବସାୟୀ ମଧ୍ୟ ଏହି ବିବାହରେ ଆସିଥିଲେ ନଜର ।

ସୋସିଆଲ ମିଡିଆରେ ବିବାହ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାନ୍ସ ସେଲିବ୍ରିଟମାନଙ୍କ ଲୁକ୍ ଏବଂ ନୃତ୍ୟକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛି ।

Anant Ambani Radhika Merchant Wedding

ବାସ୍ତବରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆ ଟ୍ରେଣ୍ତ କରୁଛି, ଯେଉଁଥିରେ ଲୋକଙ୍କର କମେଣ୍ଟ, ଲାଇକର ବର୍ଷ ହେଉଛି । ନୃତ୍ୟଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଭିଡିଓର ଝଲକ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ କିଙ୍ଗ୍ ଖାନଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯାହା ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛି । ଏହି
ଭିଡିଓକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ।

ଭିଡିଓରେ ଶାହାରୁଖ ଖାନ ଅଲିଭ୍ ସବୁଜ ରଙ୍ଗର ଶେରୱାନି ପିନ୍ଧିଥିବାର ନଜର ଆସିଥିଲେ । ସେ ପ୍ରଥମେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଥିଲେ । ଏହା ପରେ କିଙ୍ଗ ଖାନ ସଚିନ ତେନ୍ଦୁଲକରଙ୍କୁ ଭେଟୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଅମିତାଭ ବଚ୍ଚନଙ୍କର ଏଣ୍ଟ୍ରି ହୋଇଥିଲା । ଶାହାରୁଖ ଖାନ ଅମିତାଭ ବଚ୍ଚନଙ୍କୁ ଦେଖିବା ମାତ୍ରେ ତାଙ୍କ ପାଦ ଛୁଇଁ ମୁଣ୍ତିଆ ମାରିଥିଲେ ଏହଂ ପତ୍ନୀ ଜୟ ବଚ୍ଚନଙ୍କୁ ମଧ୍ୟ ମୁଣ୍ତିଆ ମାରୁଥିବାର ଦେଖିବା ପାଇଁ ମିଳିଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ପୁଣି ସୋସିଆଲ ମିଡିଆରେ କିଙ୍ଗ୍ ଖାନ କରୁଛନ୍ତି ରାଜ ଏବଂ ସାଉଁଟୁଛନ୍ତି ପ୍ରଶଂସା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+