ଦେଖନ୍ତୁ ଶାହାରୁଖ ଖାନଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲ ପାଇବାର ଏକ ସୁନ୍ଦର ଝଲକ...
ଦେଖନ୍ତୁ ଶାହାରୁଖ ଖାନଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲ ପାଇବାର ଏକ ସୁନ୍ଦର ଝଲକ...
ମୁମ୍ବାଇ: ଶାହରୁଖ ଖାନଙ୍କୁ କେବଳ ବାଦଶାହ କୁହାଯାଏ ନାହିଁ, ବରଂ ସେ ପ୍ରକୃତରେ 'କିଙ୍ଗ ଖାନ' ଏବଂ ଏହାର ପ୍ରମାଣ ଗତକାଲି 'ମନ୍ନତ' ବାହାରର ଭିଡ ହିଁ ବଖାଣିଥିଲା । ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ନିଜ ପ୍ରିୟ ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନଭେମ୍ବର ୨ ତାରିଖରେ ମୁମ୍ବାଇର ରାସ୍ତାର ଏକାଠି ହୋଇଥିଲେ । ଶାହାରୁଖ ୫୭ ବର୍ଷରେ ପାଦ ଦେଇଛନ୍ତି । ଆଉ ଏହି ଖାସ ଦିନକୁ ବେଶ୍ ଧୂମଧାମରେ ପାଳନ କରିଛନ୍ତି ତାଙ୍କ ପ୍ରଶଂସକ ।
The sea of love as I see it. Thank u all for being there and making this day ever so special. Gratitude…and only Love to you all. pic.twitter.com/IHbt4oOfYc
— Shah Rukh Khan (@iamsrk) November 3, 2022
ଜନ୍ମଦିନରେ ଶାହାରୁଖଙ୍କୁ ଫ୍ୟାନ୍ସଙ୍କର ବେଶ୍ ଭଲ ପାଇବା ମିଳିଥିଲା ଖାସ୍ ସେଥିପାଇଁ ସେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଏକ ସୁନ୍ଦର ବାର୍ତ୍ତା ଲେଖି ଧନ୍ୟବାଦ ଜଣାଇଛନ୍ତି । ଏକ ସୁନ୍ଦର ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଙ୍ଗ୍ ଖାନ ।

ଶାହରୁଖ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ନଭେମ୍ବର ୨ ତାରିଖ ସନ୍ଧ୍ୟାର, ଯେତେବେଳେ ଶାହାରୁଖ ତାଙ୍କ ଘର ବାଲକୋନିରୁ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସୁଛନ୍ତି । ଭିଡିଓରେ ମନ୍ନତ ବାହରରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେହି ସମୟରେ ଜଣେ ରାଜାଙ୍କ ପରି ଶାହାରୁଖଙ୍କର ସ୍ୱାଗତ କରାଯାଇଥିଲା । ଅଭିନେତା ମଧ୍ୟ ନିଜ ଫ୍ୟାନ୍ସଙ୍କ ସହ ସେଲଫି ନେଇଥିଲେ । ଶେଷରେ ସମସ୍ତ ପ୍ରଶଂସକଙ୍କ ପ୍ରେମକୁ ସ୍ୱାଗତ କରିବା ପାଇଁ ନିଜ ସିଗନେଚର୍ ପୋଜ୍ ମଧ୍ୟ କରିଥିଲେ କିଙ୍ଗ ଖାନ୍ ।
ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ୍ ଖାନ
ଏହି ଭିଡିଓ ସେୟାର କରି ଶାହାରୁଖ ଲେଖିଛନ୍ତି, 'ଯାହା ମୁଁ ଦେଖୁଛି, ତାହା ପ୍ରେମର ସାଗର । ଆଜିର ଏହି ଦିନକୁ ଖାସ କରିବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । 'ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications