Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଶାହାରୁଖଙ୍କର ଫିଟନେସ ରାଜ୍ , ଫିଲ୍ମ 'ପଠାନ୍' ପାଇଁ କରିଥିଲେ କଠିନ ପରିଶ୍ରମ

Shah Rukh Khan's Fitness: ଜାଣନ୍ତୁ ଶାହାରୁଖଙ୍କର ଫିଟନେସର ରାଜ୍ , ଫିଲ୍ମ 'ପଠାନ୍' ପାଇଁ କରିଥିଲେ କଠିନ ପରିଶ୍ରମ

ମୁମ୍ବାଇ: ସିନେମାର ରଙ୍ଗିନ୍ ଦୁନିଆରେ ଦର୍ଶକଙ୍କୁ ବାନ୍ଧି ରଖିବା ଏତେ ସହଜ ନୁହେଁ । ସସୟ ସହ ବଦଳିଯାଏ ଲୋକଙ୍କ ପସନ୍ଦ । ଫ୍ୟାନ୍ସଙ୍କ ଚାହିଦା ଦେଖି ସେଲିବ୍ରିଟି ମଧ୍ୟ ନିଜକୁ ବଦଳାଇବାରେ କୌଣସି କମି ରଖନ୍ତି ନାହିଁ । ହେଲେ ଜାଣନ୍ତି କି ଆପଣଙ୍କୁ ଖୁସ କରିବା ପାଇଁ ଆପଣଙ୍କ ପ୍ରିୟ ଷ୍ଟାରଙ୍କୁ କରିବା ପାଇଁ ପଡେ କେତେ ପରିଶ୍ରମ ।

Shah Rukh Khan

ବଲିଉଡର କଙ୍ଗ ଖାନ୍ । ଖୁବ ଶିଘ୍ର ବଡପରଦାକୁ ଫେରିବା ପାଇଁ ଯାଉଛନ୍ତି । ପୁଣି ଏକଦମାର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପାଇଁ ଯାଉଛନ୍ତି ଶାହାରୁଖ ଖାନ । ଆଜ୍ଞା ହଁ ଫିଲ୍ମ ପଠାନ୍ । ଯାହାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗିରହିଛି । ବର୍ତ୍ତମାନ ବଲିଉଡରେ ଫିଲ୍ମ 'ପଠାନ'ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ଫିଲ୍ମ ପାଇଁ ୫୭ ବର୍ଷିୟ ଶାହାରୁଖ ଖାନଙ୍କୁ ୨ ବର୍ଷ ଧରି କଠିନ ପରିଶ୍ରମ କରିବା ପାଇଁ ପଡିଥିଲା । ନିଜ ଫିଟନେସରେ ସେ ଅନେକ ଅଭିନେତାଙ୍କୁ ଟକ୍କର ଦେଉଛନ୍ତି ।


ତେବେ ଶାହାରୁଖ ପରିଶ୍ରମ ଓ କଠିନ ୱାର୍କଆଉଟ୍ ବିଷୟରେ ନିକଟରେ ଖୁଲାସ କରିଛନ୍ତି ତାଙ୍କ ପ୍ରଶିକ୍ଷକ ପ୍ରଶାନ୍ତ ସୁଭାଷ । ସେ କହିଛନ୍ତି ଦୁଇବର୍ଷ ଧରି କିଙ୍ଗ ଖାନ ବହୁତ କଠିନ ପରିଶ୍ରମ ସହ ଯୋଗ ବ୍ୟାୟାମ ସହ ୱେଟ୍‌ ଲିଫ୍ଟିଂ ମଧ୍ୟ କରୁଥିଲେ । ପ୍ରଥମେ ଲଗାତାର ସର୍କିଟ ଟ୍ରେନିଂ ଏବଂ କାର୍ଡିଓ ୱାକ୍‌ର୍ଆଉଟ୍‌ କରୁଥିଲେ। ଏକାଧିକ ଥର ଆଘାତ ପାଇ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ଶାହରୁଖ । ସେ ଫିଲ୍ମ ପଠାନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ ଓ ତାଙ୍କ ଟାର୍ଗେଟ୍ ଥିଲା ୨୦୨୩ ।

ତେବେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଫିଲ୍ମ ପଠାନ୍ ୨୦୨୩ ମସିହା ଜାନିୁଆରୀରେ ବଡପରଦାରେ ରିଲିଜ୍ ହେବ । ଏହି ଫିଲ୍ମରେ ଶାହାରୁଖ ବ୍ୟତିତ ଦୀପିକା ଓ ଜନ୍ ଅବ୍ରାହମ ମଧ୍ୟ ନଜର ଆସିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+