ୟଙ୍ଗ ଲୁକରେ କିଙ୍ଗ ଖାନ,"ଡଙ୍କି" ଫିଲ୍ମର ଫଟୋ ଭାଇରାଲ୍
ବୀର ଜାରା ଓ ସ୍ବଦେଶ ମୁଭି ଭଳି "ଡଙ୍କି" ଫିଲ୍ମରେ ସେମ ଲୁକ୍ ରେ ନଜର ଆସିଲେ କିଙ୍ଗ ଖାନ। ଏଇ ଫୋଟୋ ଟି ଏବେ ସୋଶଲ୍ ମିଡିଆ ରେ ଭାଇରଲ ହେବାରେ ଲାଗିଛି।
ମୁମ୍ବାଇ: ବୀର ଜାରା ଓ ସ୍ବଦେଶ ମୁଭି ଭଳି "ଡଙ୍କି" ଫିଲ୍ମରେ ସେମ ଲୁକ୍ ରେ ନଜର ଆସିଲେ କିଙ୍ଗ ଖାନ। ଏଇ ଫୋଟୋଟି ଏବେ ସୋଶଲ୍ ମିଡିଆରେ ଭାଇରଲ ହେବାରେ ଲାଗିଛି। ଶାହରୁଖଙ୍କ ଫ୍ୟାନ୍ ମାନେ ଏହି ଲକ୍ କୁ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫଟୋରେ ସେ ୧୮ ବର୍ଷ ତଳର କିଙ୍ଗ ଖାନଙ୍କ ଭଳି ଦିଶୁଛନ୍ତି।

ଶାହରୁଖ ଖାନ ପ୍ରଶଂସକମାନେ ଲେଖିଛନ୍ତି, ଫଟୋ ଦେଖିବା ପରେ "ବୀର ଜାରା ଭଳି ଅନୁଭବ କରୁଛି" । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, "ଭାରତର ସବୁଠାରୁ ବଡ ମେଗାଷ୍ଟାର, ଭାରତର ସବୁଠାରୁ ବଡ ନିର୍ଦ୍ଦେଶକ # ଡଙ୍କି ଫିଲ୍ମ ବକ୍ସ ଅଫିସ ରେକର୍ଡ଼ ଭାଙ୍ଗିବ। ଆଉ ବଲିଉଡ଼ ହେଟରଙ୍କ ମୁହଁ ବନ୍ଦ କରିବ।
କିଛି ସପ୍ତାହ ପୂର୍ବରୁ, ଏସ ଆର କେ ଏବଂ ରାଜକୁମାର ହିରାନି ସୋସିଆଲ ମିଡିଆରେ ଫିଲ୍ମ ଡଙ୍କି ବିଷୟରେ ଘୋଷଣା କରିଥିଲେ । ଶାହରୁଖକଙ୍କ ସହିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅଭିନୟ କରିବେ ।












Click it and Unblock the Notifications