'ଡଙ୍କି' ସେଟରୁ ଶାହାରୁଖଙ୍କ ଫଟୋ ଭାଇରାଲ ,ଚିନ୍ତାରେ ହୀରାନୀ
Shah Rukh Khan's Photo Goes Viral From Dunki Set :'ଡଙ୍କି' ସେଟରୁ ଶାହାରୁଖଙ୍କ ଫଟୋ ଭାଇରାଲ ,ଚିନ୍ତାରେ ହୀରାନୀ
ମୁମ୍ବାଇ: ଶାହରୁଖ ଖାନ ଅଭିନୀତ ରାଜକୁମାର ହୀରାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ଡଙ୍କି' ବଲିଉଡର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏଭଳି ପରିସ୍ଥିତିରେ ପ୍ରତ୍ୟେକଙ୍କ ନଜର ଫିଲ୍ମକ ଛୋଟ ବଡ ଅପଡେଟ୍ ଉପରେ ରହିଛି । ଡଙ୍କି ଫିଲ୍ମର ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଶାହାରୁଖ ରାଜକୁମାର ହୀରାନୀଙ୍କ ସହ ନଜର ଆସୁଛନ୍ତି ଉଭୟଙ୍କ ମଧ୍ୟରେ କିଛି ଆଲୋଚନା ହେଉଛି ।


ପୂର୍ବରୁ ମଧ୍ୟ ଶାହାରୁଖ ସହ ତାପସୀଙ୍କର ଏକ ଫଟୋ ଫିଲ୍ମ ଡଙ୍କି ସେଟରୁ ଭାଇରାଲ ହୋଇଥିଲା । ଏଥି ସହିତ ଲଣ୍ଡନରୁ ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶାହାରୁଖଙ୍କ ପ୍ରଶଂସକମାନେ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଥିବାରୁ ଶାହରୁଖଙ୍କୁ ଜନଗହଳି ଅଞ୍ଚଳରେ ସୁଟିଂ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଟରୁ ଫଟୋ, ଭିଡିଓ ଲିକକୁ ହେବା ପରେ ଚିନ୍ତାରେ ରାଜକୁମାର ହୀରାନୀ ।












Click it and Unblock the Notifications