For Quick Alerts
Turn On Notification  
For Daily Alerts
Oneindia App Download

ଫିଲ୍ମ 'ପଠାନ୍'କୁ ନେଇ ବଢୁଛି ଉତ୍ସାହ, ଭାଙ୍ଗି ପାରେ ଅନେକ ଫିଲ୍ମର ରେକର୍ଡ

ଫିଲ୍ମ 'ପଠାନ୍'କୁ ନେଇ ବଢୁଛି ଉତ୍ସାହ, ଭାଙ୍ଗି ପାରେ ଅନେକ ଫିଲ୍ମର ରେକର୍ଡ

|
pathan

ମୁମ୍ବାଇ:ବଲିଉଡର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ପଠାନ୍'ଜରିଆରେ ୪ ବର୍ଷ ପରେ ପୁଣି ବଡପରଦାରେ ଦର୍ଶକଙ୍କୁ ଏଣ୍ଟଟେନ୍ କରିବା ପାଇଁ ଯାଉଛନ୍ତି । ଆଉ ମାତ୍ର କିଛି ଦିନର ଅପେକ୍ଷା । ଦିନ ଗଡିବା ସହ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । କିଙ୍ଗ୍ ଖାନଙ୍କ ପ୍ରତି ଦର୍ଶକଙ୍କର ଭଲ ପାଇବା ଏତେ ଯେ ମହଙ୍ଗା ଫିଲ୍ମ ଟିକେଟ୍ କିଣିବା ପାଇଁ ମଧ୍ୟ ଲୋକେ ପଛାଉ ନାହଁନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ବନ୍ଦ ହେବାର ନାଁ ନେଉ ନାହିଁ ।

ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରିପାରେ 'ପଠାନ୍'
ଫିଲ୍ମ 'ପଠାନ୍'କୁ ନେଇ ଦର୍ଶକ ମାନେ ବେଶ୍ ଉତ୍ସାହିତ ଅଛନ୍ତି । କାରଣ ତାଙ୍କ ସୁପରଷ୍ଟାର, ବଲିଉଡର କିଙ୍ଗ୍ ଖାନ ଶାହାରୁଖ ଦୀର୍ଘ ୪ ବର୍ଷ ପରେ କମ୍ ବ୍ୟାକ୍ କରିବା ପାଇଁ ଯାଉଛନ୍ତି । ଆଡଭାନ୍ସ ବୁକିଂକୁ ନଜରରେ ରଖି ଯଦି ଆକଳନ କରାଯାଏ ବର୍ତ୍ତମାନ ରିଲିଜ୍ ପୂର୍ବରୁ ଶାହାରୁଖଙ୍କ ଫିଲ୍ମ ଅନେକ ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ସାରିଲାଣି । ସିଙ୍ଗଲ୍ ସ୍କ୍ରିନରେ ମଧ୍ୟ ପଠାନ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳିଛି । ସପ୍ତାହ ଶେଷ ପର୍ଯ୍ୟନ୍ତ 90% ଟିକେଟ୍ ସେମାନଙ୍କ ପ୍ରେକ୍ଷାଳୟରେ ବିକ୍ରି ହୋଇସାରିଛି ବୋଲି ଜଣେ ଥିଏଟର୍ ମାଲିକ ସୂଚନା ଦେଇଛନ୍ତି ।

ପ୍ରଥମ ଦିନ 'ପଠାନ୍'୨୦୦ ସହରରେ ରିଲିଜ୍ ହେବ
@srkuniverse ଫ୍ୟାନ କ୍ଲବର ସହ-ପ୍ରତିଷ୍ଠାତା ୟଶଙ୍କ ସୂଚନା ଅନୁସାରେ 'ପଠାନ୍' ରିଲିଜ୍ ହେବାର ପ୍ରଥମ ଦିନରେ ତାଙ୍କ ଫ୍ୟାନ୍ କ୍ଲବ୍ ଅତି କମରେ ୨୦୦ ସହରରେ ଫିଲ୍ମର ସ୍କ୍ରିନ କରିବ । ୟଶଙ୍କ ଅନୁଯାୟୀ ଅତି କମରେ ୫୦ହଜାର ଶାହାରୁଖ ଖାନଙ୍କ ଫ୍ୟାନ୍ସ ଏହି ସ୍ୱତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ ଫିଲ୍ମ ଦେଖିବେ। ଅତ୍ୟଧିକ ଚାହିଦା ହେତୁ ଚଳଚ୍ଚିତ୍ର ସହର ସଂଖ୍ୟା ବୃଦ୍ଧି ପାଇପାରେ ।

ଚାରି ବର୍ଷ ପରେ ଶାହାରୁଖ ଖାନଙ୍କୁ ଲିଡ୍ ରୋଲରେ ଦେଖିବା ପାଇଁ ମିଳିବ । କିଙ୍ଗ୍ ଖାନଙ୍କ ଆକ୍ସନ ଅନ୍ଦାଜ୍ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ଦର୍ଶକ । ଫିଲ୍ମକୁ କ୍ରେଜ୍ କୁ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମଟି ଧମାକେଦାର ଓପନିଂ କରିବା ପାଇଁ ଯାଉଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପଠାନ' ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shah rukh khan's Pathaan to break many films records.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X