ଫିଲ୍ମ 'ପଠାନ୍'କୁ ନେଇ ବଢୁଛି ଉତ୍ସାହ, ଭାଙ୍ଗି ପାରେ ଅନେକ ଫିଲ୍ମର ରେକର୍ଡ
ଫିଲ୍ମ 'ପଠାନ୍'କୁ ନେଇ ବଢୁଛି ଉତ୍ସାହ, ଭାଙ୍ଗି ପାରେ ଅନେକ ଫିଲ୍ମର ରେକର୍ଡ

ମୁମ୍ବାଇ:ବଲିଉଡର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ପଠାନ୍'ଜରିଆରେ ୪ ବର୍ଷ ପରେ ପୁଣି ବଡପରଦାରେ ଦର୍ଶକଙ୍କୁ ଏଣ୍ଟଟେନ୍ କରିବା ପାଇଁ ଯାଉଛନ୍ତି । ଆଉ ମାତ୍ର କିଛି ଦିନର ଅପେକ୍ଷା । ଦିନ ଗଡିବା ସହ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । କିଙ୍ଗ୍ ଖାନଙ୍କ ପ୍ରତି ଦର୍ଶକଙ୍କର ଭଲ ପାଇବା ଏତେ ଯେ ମହଙ୍ଗା ଫିଲ୍ମ ଟିକେଟ୍ କିଣିବା ପାଇଁ ମଧ୍ୟ ଲୋକେ ପଛାଉ ନାହଁନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ବନ୍ଦ ହେବାର ନାଁ ନେଉ ନାହିଁ ।
ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରିପାରେ 'ପଠାନ୍'
ଫିଲ୍ମ 'ପଠାନ୍'କୁ ନେଇ ଦର୍ଶକ ମାନେ ବେଶ୍ ଉତ୍ସାହିତ ଅଛନ୍ତି । କାରଣ ତାଙ୍କ ସୁପରଷ୍ଟାର, ବଲିଉଡର କିଙ୍ଗ୍ ଖାନ ଶାହାରୁଖ ଦୀର୍ଘ ୪ ବର୍ଷ ପରେ କମ୍ ବ୍ୟାକ୍ କରିବା ପାଇଁ ଯାଉଛନ୍ତି । ଆଡଭାନ୍ସ ବୁକିଂକୁ ନଜରରେ ରଖି ଯଦି ଆକଳନ କରାଯାଏ ବର୍ତ୍ତମାନ ରିଲିଜ୍ ପୂର୍ବରୁ ଶାହାରୁଖଙ୍କ ଫିଲ୍ମ ଅନେକ ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ସାରିଲାଣି । ସିଙ୍ଗଲ୍ ସ୍କ୍ରିନରେ ମଧ୍ୟ ପଠାନ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳିଛି । ସପ୍ତାହ ଶେଷ ପର୍ଯ୍ୟନ୍ତ 90% ଟିକେଟ୍ ସେମାନଙ୍କ ପ୍ରେକ୍ଷାଳୟରେ ବିକ୍ରି ହୋଇସାରିଛି ବୋଲି ଜଣେ ଥିଏଟର୍ ମାଲିକ ସୂଚନା ଦେଇଛନ୍ତି ।
ପ୍ରଥମ ଦିନ 'ପଠାନ୍'୨୦୦ ସହରରେ ରିଲିଜ୍ ହେବ
@srkuniverse ଫ୍ୟାନ କ୍ଲବର ସହ-ପ୍ରତିଷ୍ଠାତା ୟଶଙ୍କ ସୂଚନା ଅନୁସାରେ 'ପଠାନ୍' ରିଲିଜ୍ ହେବାର ପ୍ରଥମ ଦିନରେ ତାଙ୍କ ଫ୍ୟାନ୍ କ୍ଲବ୍ ଅତି କମରେ ୨୦୦ ସହରରେ ଫିଲ୍ମର ସ୍କ୍ରିନ କରିବ । ୟଶଙ୍କ ଅନୁଯାୟୀ ଅତି କମରେ ୫୦ହଜାର ଶାହାରୁଖ ଖାନଙ୍କ ଫ୍ୟାନ୍ସ ଏହି ସ୍ୱତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ ଫିଲ୍ମ ଦେଖିବେ। ଅତ୍ୟଧିକ ଚାହିଦା ହେତୁ ଚଳଚ୍ଚିତ୍ର ସହର ସଂଖ୍ୟା ବୃଦ୍ଧି ପାଇପାରେ ।
ଚାରି ବର୍ଷ ପରେ ଶାହାରୁଖ ଖାନଙ୍କୁ ଲିଡ୍ ରୋଲରେ ଦେଖିବା ପାଇଁ ମିଳିବ । କିଙ୍ଗ୍ ଖାନଙ୍କ ଆକ୍ସନ ଅନ୍ଦାଜ୍ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ଦର୍ଶକ । ଫିଲ୍ମକୁ କ୍ରେଜ୍ କୁ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମଟି ଧମାକେଦାର ଓପନିଂ କରିବା ପାଇଁ ଯାଉଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପଠାନ' ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications