ଅପେକ୍ଷାର ହେଲା ଅନ୍ତ, ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ ପଠାନ୍

'ପଠାନ' ରିଲିଜ୍ ହେବାର ୫୬ଦିନ ପରେ ମାର୍ଚ୍ଚ ୨୨ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବା ଯାଉଛି ।

pathaan

ମୁମ୍ବାଇ:ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିବା ଶାହାରୁଖା ଖାନ, ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରାହମଙ୍କ ଅଭିନୀତ ଫିଲ୍ମ ପଠାନ୍ ବର୍ତ୍ତମାନ ଓଟିଟିରେ ରେକର୍ଡ ସୃଷ୍ଟି କରିବା ପାଇଁ ଯାଉଛି । OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଥିବା ଦର୍ଶକମାନେ 'ପଠାନ୍' ରିଲିଜ୍ ହେବା ପରଠାରୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଦର୍ଶକଙ୍କ ଅପେକ୍ଷା ମାର୍ଚ୍ଚ ୨୨ରେ ଶେଷ ହେବାକୁ ଯାଉଛି କାରଣ ଏହି ଦିନ ଫିଲ୍ମଟି ଓଟଟିରେ ରିଲିଜ ହେବା ପାଇଁ ଯାଉଛି ।

ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ' ରିଲିଜ୍ ହେବାର ୫୬ଦିନ ପରେ ମାର୍ଚ୍ଚ ୨୨ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବା ଯାଉଛି । ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ସୂଚନା ଦେଇଛନ୍ତି ଯେ, ଚଳଚ୍ଚିତ୍ରରେ କିଛି ଡିଲିଟ ହୋଇଥିବା ଦୃଶ୍ୟ ବର୍ତ୍ତମାନ ଓଟିଟିରେ ଦେଖିବା ପାଇଁ ମିଳିବ ।

ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଅନେକ ବିଗ୍ ବଜେଟ୍ ଫିଲ୍ମର ରେକର୍ଡ ବ୍ରେକ କରିସାରଛି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ 'ପଠାନ' କେବଳ ଭାରତରେ ୫୪୦କୋଟି ଟଙ୍କା ବ୍ୟବସାୟ କରିଛି। ଏହା ସହିତ ଚଳଚ୍ଚିତ୍ରଟି ଆମେରିକା, କାନାଡା, ୟୁଏଇ, ଇଜିପ୍ଟ, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ବେଶ୍ ଭଲ ବ୍ୟବସାୟ କରିଥିବା ନେଇ ସୂଚନା ରହିଛି । ଶାହରୁଖ ଖାନଙ୍କ ବ୍ୟତୀତ ଏହି ଫିଲ୍ମରେ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମ, ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରାଣା ମଧ୍ୟ ନଜର ଆସିଥିଲେ । ଏହା ସହିତ ଫିଲ୍ମରେ ସଲମାନ ଖାନଙ୍କୁ ମଧ୍ୟ ଖୁବ କମ୍ ସମୟ ପାଇଁ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+