ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ କରାଯିବ 'ପଠାନ୍'ର ସ୍କ୍ରିନିଂ
ବଲିଉଡ ଫିଲ୍ମ 'ପଠାନ୍'ର କ୍ରେଜ୍ ଏବେ ସବୁଠି ଦେଖିବା ପାଇଁ ମିଳୁଛି । ଆୟ ତୁଳାନାରେ ରିଲିଜର ପ୍ରଥମ ଦିନରେ ହିଁ ଅନେକ ବଗ୍ ବଜେଟ ଫିଲ୍ମର ରେକର୍ଡ ବ୍ରେକ୍ କରି ଇତିହାସ ସୃଷ୍ଟି କରିଛି । ଦେଶ ବିଦେଶରେ ଶାହାରୁଖ ଖାନଙ୍କ ଫିଲ୍ମକୁ ବେଶ୍ ଭଲ ରେସପନ୍ସ ମିଳୁଛି ।

ନୂଆଦିଲ୍ଲୀ:ବଲିଉଡ ଫିଲ୍ମ 'ପଠାନ୍'ର କ୍ରେଜ୍ ଏବେ ସବୁଠି ଦେଖିବା ପାଇଁ ମିଳୁଛି । ଆୟ ତୁଳାନାରେ ରିଲିଜର ପ୍ରଥମ ଦିନରେ ହିଁ ଅନେକ ବିଗ୍ ବଜେଟ ଫିଲ୍ମର ରେକର୍ଡ ବ୍ରେକ୍ କରି ଇତିହାସ ସୃଷ୍ଟି କରିଛି । ଦେଶ ବିଦେଶରେ ଶାହାରୁଖ ଖାନଙ୍କ ଫିଲ୍ମକୁ ବେଶ୍ ଭଲ ରେସପନ୍ସ ମିଳୁଛି । ଯେଉଁଥି ପାଇଁ 'ପଠାନ'ର ବକ୍ସ ଅଫିସ ଆୟ ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଚଳଚ୍ଚିତ୍ର 'ପଠାନ'ର ସ୍କ୍ରିନିଂକୁ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ କରାଯିବା ନେଇ ସୂଚନା ରହିଛି ।
At special screening of #Pathan at Rashtrapati Bhavan cultural centre. @iamsrk @pooja_dadlani pic.twitter.com/976WYSDovw
— SM Khan (@SmkhanDg) January 28, 2023
ଦୀର୍ଘ ୪ ବର୍ଷ ପରେ ଶାହାରୁଖ ଖାନ ସିନେମା ଜଗତକୁ ଏକ ଡିଫରେଣ୍ଟ ଅନ୍ଦାଜରେ କମ୍ ବ୍ୟାକ୍ କରିଛନ୍ତି । ତାଙ୍କର ଏହି ଆକ୍ସନ ଅବତାର ଫ୍ୟାନ୍ସଙ୍କୁ କରୁଛି ମତୁଆଲା । ଫିଲ୍ମ 'ପଠାନ୍'ଦେଖିବା ପାଇଁ ସିନେମା ଘରେ ଦର୍ଶକଙ୍କର ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମକୁ ଆଉ ଏକ ବଡ଼ ସଫଳତା ମିଳିଛି, ଖୁବ ଶୀଘ୍ର ଶାହାରୁଖଙ୍କ ଫିଲ୍ମ 'ପଠାନ'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ରଖାଯିବ।
ଡିଏନ୍ଏ ଅନୁଯାୟୀ - ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂର୍ବତନ ପ୍ରେସ ସେକ୍ରେଟାରୀ ଥିବା ଏସଏମ ଖାନ ଏନେଇ ସୂଚନା ଦେଇଛନ୍ତି । ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଏସଏମ ଖାନ ଏପିଜେ ଅବଦୁଲ କଲାମଙ୍କ ପ୍ରେସ ସେକ୍ରେଟାରୀ ଥିଲେ। ନିକଟରେ ଟ୍ୱିଟ କରି ଏସଏମ ଖାନ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ରଖାଯାଇଥିବା 'ପଠାନ'ର ସ୍କ୍ରିନିଂ ବିଷୟରେ ସୂଚନା ଦେଇଛନ୍ତି ।
ଶାହରୁଖ ଖାନଙ୍କ ଫିଲ୍ମ'ପଠାନ' ବଡ ବଡ ସିନେମାର ରେକର୍ଡ ବ୍ରେକ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଓପନିଂ ଡେ'ରେ ଫିଲ୍ମଟି ସର୍ବାଧିକ ୫୫କୋଟି ରୋଜଗାର କରି ନୂତନ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବାର ୪ ଦିନ ମଧ୍ୟରେ 'ପଠାନ୍' ବକ୍ସ ଅଫିସରେ ୨୦୦ କୋଟିର ବ୍ୟବସାୟ କରିଛି ।












Click it and Unblock the Notifications