Get Updates
Get notified of breaking news, exclusive insights, and must-see stories!

ଶାହାରୁଖ ଖାନଙ୍କର ଫିଲ୍ମ 'ପଠାନ୍' କରୁଛି ରାଜ୍, ଏହି ସୁପରହିଟ୍ ସିନେମାର ଭାଙ୍ଗିଲା ରେକର୍ଡ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍'ର କ୍ରେଜ୍ ରିଲିଜର ୧୨ ଦିନ ପରେ ମଧ୍ୟ ଦେଖିବା ପାଇଁ ମିଳୁଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ୍ ଖାନଙ୍କ କମ୍ ବ୍ୟାକ୍ ଅନେକ ଷ୍ଟାରଙ୍କ ଉପରେ ଭାରି ମଧ୍ୟ ପଡିଛି ।

pathaan

Pathaan: ଫିଲ୍ମ 'ପଠାନ୍'କେବଳ ଶାହାରୁଖ ଖାନଙ୍କୁ ସଫଳତା ଦେଇ ନାହିଁ ବରଂ ପୁରା ବଲିଉଡକୁ ପୁଣି ଥରେ ଟ୍ରାକକୁ ଫେରାଆ ଆଣିବାରେ ସଫଳ ହୋଇଛି । ଗତ କିଛି ବର୍ଷ ହେଲା ହିନ୍ଦୀ ସିନେମା ଜଗତର ଚାହିଦା ଦିନରୁ ଦିନ କମ୍ ହେବାରେ ଲାଗିଥିଲା । ଦର୍ଶକଙ୍କ ମନ ଜିଣିବାରେ ଫେଲ୍ ହୋଇଥିଲା ଅନେକ ବିଗ୍ ବଜେଟ୍ ଫିଲ୍ମ । ଏପରିକି ଫିକା ପଡିଯାଇଥିଲା ବଲିଉଡର କିଛି ସୁପରଷ୍ଟାରଙ୍କ ଷ୍ଟାରୃଡମ୍ । ହେଲେ ପୁଣି କିଙ୍ଗ୍ ଖାନଙ୍କ ପାଇଁ ବଲିଉଡ ଦେଶ ବିଦେଶରେ କରୁଛି ରାଜ୍ ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍'ର କ୍ରେଜ୍ ରିଲିଜର ୧୨ ଦିନ ପରେ ମଧ୍ୟ ଦେଖିବା ପାଇଁ ମିଳୁଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ୍ ଖାନଙ୍କ କମ୍ ବ୍ୟାକ୍ ଅନେକ ଷ୍ଟାରଙ୍କ ଉପରେ ଭାରି ମଧ୍ୟ ପଡିଛି । ତାଙ୍କ ଫିଲ୍ମ ହୋଇସାରିଛି ସୁପରହିଟ୍ । ଚାଲନ୍ତୁ ଜାଣିବା ପଠାନ୍ କେଉଁ କେଉଁ ସୁପରହିଟ୍ ଫିଲ୍ମର ରେକର୍ଡ ଭାଙ୍ଗିବାରେ ହୋଇଛି ସଫଳ ।

ପଠାନ୍

ସୁପରଷ୍ଟାର ଶାହରୁଖ ଖାନ, ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ 'ପଠାନ' ରିଲିଜ ହେବାର ୧୨ ଦିନ ମଧ୍ୟରେ ବକ୍ସ ଅଫିସରେ ୪୦୦ କୋଟିର ବ୍ୟବସାୟ କରି ହିନ୍ଦୀ ସିନେମା ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଏହି ତିନି କଳାକରାଙ୍କ ପାଇଁ ମଧ୍ୟ ଫିଲ୍ମ 'ପଠାନ୍'ତାଙ୍କ କ୍ୟାରିୟରର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇପାରିଛି । ଇନଷ୍ଟାଣ୍ଟ ବଲିଉଡର ସୂଚନା ଅନୁସାରେ, 'ପଠାନ'ର ବକ୍ସ ଅଫିସର ଆୟ ଶନିବାର ପର୍ଯ୍ୟନ୍ତ ୪୦୧.୪୦ କୋଟିରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ଏହି ଆୟ ବୃଦ୍ଧି ପାଇ ପାଖାପାଖି ୪୧୫ କୋଟିରେ ପହଞ୍ଚିଛି ।

ଦଙ୍ଗଲ
ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ' ବଲିଉଡର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 'ପଠାନ'ପୂର୍ବରୁ ଏହି ଫିଲ୍ମଟି ସର୍ବାଧିକ ବକ୍ସ ଅଫିସରେ ଆୟ କରିଥିବା ଚଳଚ୍ଚିତ୍ର ଦୃଷ୍ଟିରୁ ଏକ ନମ୍ବରରେ ରହିଥିଲା । ସୂଚନା ଅନୁସାରେ ଆମୀର ଖାନଙ୍କର ଫିଲ୍ମ ଦଙ୍ଗଲ ୧୨ ଦିନରେ ପ୍ରାୟ ୩୮୭.୩୮ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ସଞ୍ଜୁ

ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ 'ସଞ୍ଜୁ'ର ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଅଭିନେତା ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୩୪୨.୮୬ କୋଟି ଆୟ କରିଥିଲା ।

ପି.କେ

ଏହି ତାଲିକାରେ ସୁପରଷ୍ଟାର ଆମୀର ଖାନଙ୍କ ଦ୍ୱିତୀୟ ଚଳଚ୍ଚିତ୍ର 'ପି.କେ' ମଧ୍ୟ ସାମିଲ ଅଛି । ଫଲ୍ମ PK'ର କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଯାହା ୧୨ ଦିନରେ ପ୍ରାୟ ୩୪୦ କୋଟିର ବ୍ୟବସାୟ କରିଥିଲା ।

ଟାଇଗର ଜିନ୍ଦା ହୈ

ବଲିଉଡର ଦବଙ୍ଗ ଖାନଙ୍କର ବ୍ଲକବଷ୍ଟର ଫିଲ୍ମ 'ଟାଇଗର ଜିନ୍ଦା ହୈ' ମଧ୍ୟ ଅଫିସରେ ନିଜ କମାଲ ଦେଖାଇଥିଲା । ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସଲମାନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ୩୩୯.୧୬ କୋଟି ଟଙ୍କା ରୋଜଗାର କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+