ଚଳଚ୍ଚିତ୍ର 'ଯବାନ' ରିଲିଜ୍ ପୂର୍ବରୁ ସୁପରହିଟ୍ !
ଚଳଚ୍ଚିତ୍ର 'ଯବାନ' ରିଲିଜ୍ ପୂର୍ବରୁ ସୁପରହିଟ୍ !
ମୁମ୍ବାଇ: 'ଯବାନ' ରିଲିଜ୍ ପୂର୍ବରୁ ସୁପରହିଟ୍ ! ଏହି ଖବର ଏବେ ଚର୍ଚ୍ଚାରେ । ୟାକୁ ହିଁ କୁହାଯାଏ ସୁପରଷ୍ଟାର ଶାହାରୁଖଙ୍କ କମାଲ୍ । ବଲିଉଡର ବାଦଶାହ ଶାହାରୁଖ ଖାନ ଦୀର୍ଘ ସମୟ ହେଲା ବଡ଼ ପରଦାରୁ ଦୂରେଇ ରହିଛନ୍ତି । ଯଦିଓ ତାଙ୍କୁ ରକେଟ୍ରି ଏବଂ ବ୍ରହ୍ମାସ୍ତ୍ର ପରି ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ ଦେଖିବା ପାଇଁ ମିଳିଥିଲା । କିନ୍ତୁ କିଛି ବର୍ଷ ହେବ ତାଙ୍କର କୌଣସି ସୋଲୋ ସିନେମା ରିଲିଜ୍ ହୋଇ ନାହିଁ । ହେଲେ 2023ରେ ଏକ ବଡ଼ ଧମାକ୍କା କରିବା ପାଇଁ ଯାଉଛନ୍ତି କିଙ୍ଗ ଖାନ । ତିନି ତିନିଟି ବଡ଼ ଫିଲ୍ମ ସହ ବକ୍ସଅଫିସରେ କମବ୍ୟାକ୍ କରିବା ପାଇଁ ଯାଉଛନ୍ତି ବାଦଶାହ । ଯାହାକୁନେଇ ଫ୍ୟାନ୍ସ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ଫିଲ୍ମ 'ଯବାନ' ବଜେଟଠୁ ଅଧିକ କଲାଣି ଆୟ
କିଛି ଦିନ ହେବା ଶାହାରୁଖ ଫିଲ୍ମ 'ଯବାନ'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମରେ ଅଭିନେତା ଭିନ୍ନ ଲୁକରେ ନଜର ଆସିବେ । ଚଳଚ୍ଚିତ୍ର 'ଯବାନ' ପାଇଁ ଖୁବ ପରିଶ୍ରମ କରିବା ପାଇଁ ପଡିଥିଲା ଶାହାରୁଖଙ୍କୁ । ସୂଚନା ଅନୁସାରେ ଫିଲ୍ମର ରାଇଟ୍ସ ବିକ୍ରି ହୋଇସାରିଛି । ଶାହରୁଖ ଖାନ 'ଯବାନ'ର OTT ଏବଂ ସାଟେଲାଇଟ୍ ରାଇଟ୍ସ ବିକ୍ରି କରିଛନ୍ତି ଏବଂ ଫିଲ୍ମ ରିଲିଜ୍ ପୂର୍ବରୁ ବମ୍ପର ଆୟ କରିଛି । ରିପୋର୍ଟ ଅନୁସାରେ ଫିଲ୍ମର ରାଇଟ୍ସ ବହୁ ମୂଲ୍ୟରେ ବିକ୍ରି ହୋଇଛି । ଏହି ଚୁକ୍ତିରୁ ଶାହରୁଖ ଖାନ ଯେତିକି ରୋଜଗାର କରିଛନ୍ତି, ସେଥିରେ ଆହୁରି ଦୁଇ ତିନିଟି ଫିଲ୍ମ ତିଆରି ହୋଇପାରିବ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଖବର ଅନୁଯାୟୀ, ଏଟଲିଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ବିଗ୍ ବଜେଟ୍ ଫିଲ୍ମ 'ଯବାନ'କୁ ନେଟଫ୍ଲିକ୍ସ ୧୨୦କୋଟି ଟଙ୍କାରେ କିଣିଛି । ସେହିପରି ଫିଲ୍ମର ସାଟେଲାଇଟ୍ ରାଇଟ୍ସ ମଧ୍ୟ ବିକ୍ରି ହୋଇସାରିଛି । ଯାହାକୁ ପ୍ରଥମେ ଜୀ ଟିଭି କିଣି ଥିବା ନେଇ ସୂଚନା ରହିଛି । ହେଲେ ଏହି ଡିଲ୍ ନେଇ କୌଣସି ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
#LetsCinema EXCLUSIVE: Shah Rukh Khan’s big budget action entertainer #Jawan directed by Atlee, all India Satellite rights bagged by Zee TV and Digital rights bagged by Netflix for a total amount of ₹250 crores. pic.twitter.com/5Qmz9v9YBf
— LetsCinema (@letscinema) September 24, 2022
ଫିଲ୍ମର 'ଯବାନ'ର ବଜେଟ୍ ୧୮୦କୋଟି ଥିବା ବେଳେ ରିଲିଜ୍ ପୂର୍ବରୁ ହିଁ ସିନେମାଟି ୨୫୦କୋଟି ଆୟ କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ଦେଖିବା ବାକି ରହିଲା ରିଲିଜ୍ ପରେ ଫିଲ୍ମଟି କେତେ ଆୟ କରୁଛି ।
ଫିଲ୍ମ 'ଯବାନ'ର ଷ୍ଟାରକାଷ୍ଟ
ଏଟଲି କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଯବାନ' ରେ ଶାହାରୁଖ ଖାନଙ୍କ ସହ ନୟନତାରା ମଧ୍ୟ ନଜର ଆସିବେ । ଖଳନାୟକ ଭୂମିକାରେ ବିଜୟ ସେଥୁପତୀଙ୍କୁ ଦେଖିବା ପାଇଁ ମିଳିବ । ସେହିପରି ଥଲପତି ବିଜୟ ଓ ଦୀପିକା ପାଦୁକୋଣ ଗୁରୁତ୍ୱପୂର୍ଣ୍ଣ ଚିରିତ୍ରରେ ନଜର ଆସିପାରନ୍ତି ବୋଲି ସୂଚନା ରହିଛି ।
ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର
୨୦୨୩ ମସିହାରେ, 'ଯବାନ' ବ୍ୟତୀତ ଶାହରୁଖଙ୍କର ଆଉ ଦୁଇଟି ଚଳଚ୍ଚିତ୍ର 'ପଠାନ' ଏବଂ 'ଡଙ୍କି' ରିଲିଜ୍ ହେବ । ପଠାନରେ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମଙ୍କ ସହ ଶାହରୁଖଙ୍କୁ ଦେଖିବାକୁ ମିଳିବ। ଏଥିସହିତ ଫିଲ୍ମ 'ଡଙ୍କି'ରେ ଶାହାରୁଖ ଓ ତାପସୀ ପନ୍ନୁଙ୍କୁ ଏକାଠି ଦେଖିବା ପାଇଁ ମିଳିବ ।












Click it and Unblock the Notifications