'ଡନ୍-୩' ଅଫରକୁ ପ୍ରତ୍ୟାଖ୍ୟାନ କଲେ ଶାହାରୁଖ, ଜାଣନ୍ତୁ କାରଣ

Shah Rukh Khan Rejects Farhan Akhtars Don 3'ଡନ୍-୩' ଅଫରକୁ ପ୍ରତ୍ୟାଖ୍ୟାନ କଲେ ଶାହାରୁଖ, ଜାଣନ୍ତୁ କାରଣ

ମୁମ୍ବାଇ: ଚଳିତ ବର୍ଷ ବଲିଉଡର ପ୍ରତ୍ୟକ ଫିଲ୍ମକୁ ଟ୍ରୋଲର କରାଯାଉଛି । ଇଣ୍ତଷ୍ଟ୍ରିର ସୁପରଷ୍ଟାରଙ୍କ ଫିଲ୍ମକୁ ମଧ୍ୟ ଦେଖିବା ପାଇଁ ପସନ୍ଦ କରୁ ନାହାଁନ୍ତି ଦର୍ଶକ । କାରଣ ମାତ୍ର ଗୋଟେ ଆଉ ତାହା ହେଉଛି ସ୍କ୍ରିପ୍ଟ । ଅନେକ ଦର୍ଶକ ହିନ୍ଦୀ ଚଳଚ୍ଚିତ୍ର କାହାଣୀକୁ ନା ପସନ୍ଦ କରୁଛନ୍ତି । ଯେଉଁ ଥିବା ୨୦୨୨ରେ ଫକା ପଡିଛି ବଲିଉଡ । ବ୍ୟାକ୍ ଟୁ ବ୍ୟାକ୍ ଚଳଚ୍ଚିତ୍ରଗୁଡିକ ଫ୍ଲପ୍ ହେଉଛି । ଆମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଢା ବକ୍ସ ଅଫିସରେ ନିଜ କମାଲ ଦେଖାଇ ପାରି ନାହିଁ ଏଥ ସୁପରଷ୍ଟାର ଆମିରଙ୍କ ବ୍ୟାନରେ ତିଆରି ଚଳଚ୍ଚିତ୍ରର ଏପରି ଅବସ୍ଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଫିଲ୍ମ 'ଲାଇଗର' ଆୟ ମଧ୍ୟ କିଛି ଖାସ୍ ରହିନାହିଁ ।

Shah Rukh Khan

ତେବେ ହିନ୍ଦୀ ଚଳଚ୍ଚିତ୍ରର ଅବସ୍ଥାକୁ ଦେଖି ଫିଲ୍ମ କରିବା ପାଇଁ ମନା କରିଛନ୍ତି ଶାହାରୁଖ ଖାନ । ଡନ୍ -୩ର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିଙ୍ଗ୍ ଖାନ । ହଙ୍ଗାମା ରିପୋର୍ଟ ଅନୁସାରେ କିଙ୍ଗ ଖାନ ଡନ୍‌-୩ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନା ରହଛି ଯେ ଏହି ଚଳଚ୍ଚିତ୍ର ପାଇଁ ଶାହାରୁଖ ଖାନଙ୍କୁ ଅଫର ଦିଆଯାଇଥିଲା ।

2

ଶାହାରୁଖ ଖାନ ଡନ୍-୩ ର ସ୍କ୍ରିପ୍ଟକୁ ପସନ୍ଦ ତ କରିଥିଲେ ହେଲେ ସ୍କ୍ରିପ୍ଟ ପଢିବା ପରେ ତାଙ୍କର ନିଜ ଉପରେ ଆତ୍ମବିଶ୍ୱାସୀ ଆସିନଥିଲା । ଯେଉଁଥି ପାଇଁ ସେ ଏହି ଫିଲ୍ମ କରିବା ପାଇଁ ମନା କରିଥିଲେ । ଡନ୍ ଏକ ଆଇକନିକ ରୋଲ୍ ଯେଉଁଥି ପାଇଁ ସ୍କ୍ରିପ୍ଟ ମଧ୍ୟ ଦମଦାର ରହିବା ଉଚିତ୍ । ଆଜିକାଲି ବକ୍ସ ଅଫିସର ଅବସ୍ଥା ମଧ୍ୟ ଖରାପ ରହିଛି ।ଏପରି ପରିସ୍ଥିତିରେ, କୌଣସି ଚଳଚ୍ଚିତ୍ରରେ ସାଇନ୍ କରିବା ପୂର୍ବରୁ ଏହା ସ୍କ୍ରିପ୍ଟ ଉପରେ ସମ୍ପର୍ଣ୍ଣ ଧ୍ୟାନ ଦେଉଛନ୍ତି କିଙ୍ଗ ଖାନ ।

a

ବର୍ତ୍ତମାନ ଶାହାରୁଖ ଖାନ ତାଙ୍କ ଫିଲ୍ମ 'ଡଙ୍କି'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଅନେକ ଭାଗ ସୁଟିଂ ସରିଛି । ନିକଟରେ ଡଙ୍କି ସୁଟିଂ ସେଟରୁ ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏହି ଫିଲ୍ମରେ ଶାହାରୁଖଙ୍କ ସହ ତାପସୀ ପନ୍ନୁ ପ୍ରଥମ ଥର ନଜର ଆସିବେ । ରାଜକୁମାର ହିରାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।ଏହା ବ୍ୟତୀତ ଶାହାରୁଖଙ୍କୁ 'ପଠାନ' ଏବଂ 'ଜୱାନ'ରେ ମଧ୍ୟ ଦେଖିବାକୁ ମିଳିବ । ଦେଖିବା ବାକି ରହିଲା ଶାହାରୁଖଙ୍କ ଆଗାମି ଫିଲ୍ମ ବକ୍ସଅଫିସରେ କେତେ ଆୟ କରୁଛି ଓ ଫିଲ୍ମର କାହାଣୀ ଦର୍ଶକଙ୍କୁ କେତେ ଇମପ୍ରେସ୍ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+