ଦୀର୍ଘ ଦିନ ପରେ କାଶ୍ମୀର ପହଁଞ୍ଚିଲେ ଶାହାରୁଖ ଖାନ, ଦେଖନ୍ତୁ ଏହି ଭାଇରାଲ ଭିଡିଓ
Shah Rukh Khan: ଶାହରୁଖ ଖାନ ନିଜ ଆଗାମୀ ଫିଲ୍ମ 'ଡଙ୍କି'ର ସୁଟିଂ ପାଇଁ ନିଜ ଟିମ୍ ସହିତ କାଶ୍ମୀରରେ ପହଁଞ୍ଚିଛନ୍ତି । ଦୀର୍ଘ ବର୍ଷ ପରେ ନିଜର କୌଣସି ଫିଲ୍ମର ସୁଟିଂ ପାଇଁ ଅଭିନେତା ଏହି ସ୍ଥାନକୁ ବାଛିଛନ୍ତି । ଏହାପୂର୍ବରୁ କିଙ୍ଗ ଖାନଙ୍କୁ ଶେଷ ଥର ପାଇଁ ଏଠାରେ 'ଜବ ତକ ହୈ ଜାନ'ର ସୁଟିଂ କରୁଥିବାର ଦେଖିବା ପାଇଁ ମିଳିଥିଲା ।
ବର୍ତ୍ତମାନ ସୋସିଆଲ ମିଡିଆରେ କାଶ୍ମୀରରୁ ଶାହାରୁଖ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ପୁରା ଟିମ୍ ସହ ନଜର ଆସୁଛନ୍ତି । କଳା ରଙ୍ଗର ପୋଷାକରେ କିଙ୍ଗ୍ ଖାନଙ୍କୁ ଦେଖିବା ପାଇଁ ମିଳୁଛି । ସେହିପରି ସୁପରଷ୍ଟାରଙ୍କୁ ଏକ ସୁନ୍ଦର ସାଲ ଉପହାର ଦେଇ ହୋଟେଲ୍ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
Shah Rukh Khan spotted entering the hotel in Sonamarg 👑 pic.twitter.com/CL7CBwsv9d
— Aryan (@tumhidekhonaa) April 24, 2023
ଏହା ସହ ତାଙ୍କ ଦଳର ଜଣେ ସଦସ୍ୟ ଏକ ବଡ଼ ପୁଷ୍ପଗୁଚ୍ଛ ନେଇ ଚାଲୁଥିବାର ଦେଖିବା ପାଇଁ ମିଳୁଛି । ଦ୍ୱିତୀୟ ଭିଡିଓଟିରେ ସେ ତାଙ୍କ କାରରୁ ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି । ଶାହାରୁଖ ବର୍ତ୍ତମାନ 'ଡଙ୍କି' ଫିଲ୍ମର ସୁଟିଂ କରୁଛନ୍ତି । ରିପୋର୍ଟ ଅନୁସାରେ, କିଙ୍ଗ ଖାନ କାଶ୍ମୀରରେ ଏହି ଫିଲ୍ମର ଏକ ଗୀତ ସୁଟିଂ କରିବେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସବୁ ଦିଗରୁ ଲାଇକ୍ ଏବଂ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି । ପ୍ରଶଂସକ ମାନେ କିଙ୍ଗ୍ ଖାନଙ୍କୁ ଏବେଠୁ ହିଁ ତାଙ୍କ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।
Shah Rukh Khan And Hirani Sir at Kashmir for #Dunki Song Shooting 🔥 pic.twitter.com/mQSJLpMQrD
— SRKian BaBa 🐦 (@SRKian_BaBa) April 24, 2023
ରାଜକୁମାର ହିରାନୀ ଏବଂ ଶାହାରୁଖ ଖାନ ଏହି ଫିଲ୍ମ ପାଇଁ ଏକାଠି କାମ କରୁଛନ୍ତି । ତାପସୀ ପନ୍ନୁଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ । ଏବେ ଦେଖିବା ବାକି ରହିଲା ଏହି ଫିଲ୍ମ ଅର୍ଥାତ୍ ଡଙ୍କି କେବେ ରିଲିଜ୍ ହେଉଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications