Shah Rukh Khan Pathaan Trailer: ଆସନ୍ତାକାଲି ରିଲିଜ୍ ହେବ 'ପଠାନ' ଟ୍ରେଲର
ଆସନ୍ତାକାଲି ରିଲିଜ୍ ହେବ 'ପଠାନ' ଟ୍ରେଲର, ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହର ସହିତ 'ପଠାନ'ର ଏହି ଟ୍ରେଲରକୁ ଅପେକ୍ଷା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଫିଲ୍ମକୁ ନେଇ କିଛି ଖାସ୍ କଥା ।
ମୁମ୍ବାଇ: ହିନ୍ଦୀ ସିନେମାର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'କୁ ନେଇ ଚର୍ଚ୍ଚା, ବାଦ, ବିବାଦ ଲାଗି ରହିଛି । ନିକଟରେ ନିର୍ମାତାମାନେ ଘୋଷଣା କରିଛନ୍ତି ଯେ କିଙ୍ଗ ଖାନଙ୍କ 'ପଠାନ'ର ଟ୍ରେଲର ଜାନୁଆରୀ ୧୦ରେ ଅର୍ଥାତ୍ ଆସନ୍ତାକାଲି ସକାଳ ୧୧ ଟାରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହର ସହିତ 'ପଠାନ'ର ଏହି ଟ୍ରେଲରକୁ ଅପେକ୍ଷା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଫିଲ୍ମକୁ ନେଇ କିଛି ଖାସ୍ କଥା ।
ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ୱାର୍'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ 'ପଠାନ'ର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ 'ୱାର୍' ପରି 'ପଠାନ'ରେ ମଧ୍ୟ ଫୁଲ୍ ଆକ୍ସନ ଦେଖିବା ପାଇଁ ମିଳିବ । ଯାହାର ଝଲକ ଆପଣ ଟିଜରରେ ଦେଖିସାରିଥିବେ । ନଭେମ୍ବର ୨ ରେ ଶାହରୁଖ ଖାନଙ୍କ ଜନ୍ମଦିନ ଅବସରରେ ନିର୍ମାତାମାନେ 'ପଠାନ'ର ଟିଜର ରିଲିଜ୍ କରିଥିଲେ । ଯେଉଁଥିରେ ଶାହାରୁଖ ଏବଂ ସୁପରଷ୍ଟାର ଜନ୍ ଅବ୍ରହାମଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ସେହିପରି ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣଙ୍କର ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବା ପାଇଁ ମିଳୁଛି ।

୨୦୧୮ ରେ 'ଜିରୋ' ଚଳଚ୍ଚିତ୍ରର ଫ୍ଲପ୍ ପରେ ଶାହରୁଖ ଖାନ ୫ ବର୍ଷର ଦୀର୍ଘ ସମୟର ଅପେକ୍ଷା ପରେ ଫିଲ୍ମ 'ପଠାନ' ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।












Click it and Unblock the Notifications