'ପଠାନ'ର ନୂଆ ପୋଷ୍ଟର ରିଲିଜ୍, ଦେଖନ୍ତୁ କିଙ୍ଗ୍ ଖାନଙ୍କ ଦମଦାର ଲୁକ୍
'ପଠାନ'ର ନୂଆ ପୋଷ୍ଟର ରିଲିଜ୍, ଦେଖନ୍ତୁ କିଙ୍ଗ୍ ଖାନଙ୍କ ଦମଦାର ଲୁକ୍
ମୁମ୍ବାଇ: ବଲିଉଡ କିଙ୍ଗ ଖାନ ୪ ବର୍ଷ ପରେ 'ପଠାନ' ଜରିଆରେ ପୁଣି ବଡପରଦା କମବ୍ୟାକ କରିବା ପାଇଁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ 'ପଠାନ' ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ୨୦୨୩ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'ପଠାନ୍' ଏବଂ ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୩ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏସବୁ ମଧ୍ୟରେ ପ୍ରଶଂସକମାନେ 'ପଠାନ'ର ପ୍ରତ୍ୟେକ ଅପଜେଡ୍ ଜାଣିବାକୁ ବେଶ୍ ଉତ୍ସାହିତ ଅଛନ୍ତି । ସେଥିପାଇଁ ନିର୍ମାତାମାନେ ଫିଲ୍ମର ଆଉ ଏକ ଫୋଷ୍ଟର ରିଲିଜ୍ କରିଛନ୍ତି । ମଙ୍ଗଳବାର ଦିନ ଏହି ଆକ୍ସନ୍ ଫିଲ୍ମର ନିର୍ମାତା ଶାହରୁଖ ଖାନଙ୍କ 'ପଠାନ'ର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି ।

ନୂଆ ପଠାନର ନୂଆ ପୋଷ୍ଟରରେ ଶାହରୁଖ ଖାନ ରାଇଫଲ ଧରିଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଦମଦାର ଅନ୍ଦାଜ୍ ପ୍ରଶଂସକଙ୍କ ମନ ଜିଣୁଛି । 'ପଠାନ'ରେ କିଙ୍ଗ ଖାନଙ୍କ ଲୁକକୁ ନେଇ ମୂଳରୁ ହିଁ ଚର୍ଚ୍ଚାରେ ରହିଛି । ପୂର୍ବରୁ ମଧ୍ୟ ଶାହାରୁଖ ଖାନଙ୍କ ଅନେକ ଲୁକ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । 'ପଠାନ' ବ୍ୟତୀତ ଶାହରୁଖଙ୍କୁ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ଡଙ୍କି'ରେ ମଧ୍ୟ ନଜର ଆସିବେ । ନୈନତାରାଙ୍କ ସହ 'ଜୱାନ' ମଧ୍ୟ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବେ କିଙ୍ଗ୍ ଖାନ ।













Click it and Unblock the Notifications