Get Updates
Get notified of breaking news, exclusive insights, and must-see stories!

ସୁପରଷ୍ଟାର ଶାହାରୁଖ ଖାନଙ୍କ ଯାଦୁ, ୪ ଦିନରେ 'ପଠାନ୍' କଲାଣି ଏତିକି କୋଟିର ବ୍ୟବସାୟ

ହିନ୍ଦୀ ସିନେମାର ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ୍' ଲାଗାତାର ଟ୍ରେଣ୍ତ୍ କରୁଛି । ରିଲିଜ୍ ପରଠୁ ବକ୍ସଅଫିସରେ ଧମାଲ୍ କରୁଛି 'ପଠାନ୍'। ରିଲିଜ୍ ହେବାର ୪ ଦିନ ପରେ 'ପଠାନ୍'ର କ୍ରେଜ୍ କମ ହେବାର ନାଁ ନେଉ ନାହିଁ

Pathaan

ମୁମ୍ବାଇ:ହିନ୍ଦୀ ସିନେମାର ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ୍' ଲାଗାତାର ଟ୍ରେଣ୍ତ୍ କରୁଛି । ରିଲିଜ୍ ପରଠୁ ବକ୍ସଅଫିସରେ ଧମାଲ୍ କରୁଛି 'ପଠାନ୍'। ରିଲିଜ୍ ହେବାର ୪ ଦିନ ପରେ 'ପଠାନ୍'ର କ୍ରେଜ୍ କମ ହେବାର ନାଁ ନେଉ ନାହିଁ ଏବଂ ଏଥି ସହ ଫିଲ୍ମର ବ୍ୟବସାୟରେ ମଧ୍ୟ ବ୍ରେକ୍ ଲାଗୁ ନାହିଁ । ଏହାରି ମଧ୍ୟରେ ଫିଲ୍ମ 'ପଠାନ'ର ଚତୁର୍ଥ ଦିନ ବକ୍ସ ଅଫିସରେ ଆୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ହୋଇପାରିଛି ଯେ 'ପଠାନ' ୨୦୦ କୋଟି କ୍ଲବରେ ଏଣ୍ଟ୍ରି କରିସାରିଛି ।

'ପଠାନ୍'କଲା ୨୦୦ କୋଟିର ବ୍ୟବସାୟ

ରିଲିଜ୍ ହେବାର ପ୍ରଥମ ଦିନରେ ଫିଲ୍ମଟି ୫୫କୋଟିର ଓପିନିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଆୟକୁ ନଜରରେ ରଖି ଆକଳନ କରାଯାଉଥିଲା ଯେ ଖୁବ ଶିଘ୍ର ଫିଲ୍ମଟିର ମୋଟ୍ ଆୟ ୨୦୦ କୋଟି ପହଁଚିବ ବୋଲି ଏହଂ ଫିଲ୍ମ ମେକର୍ସଙ୍କର ଏହି ଆଶା ମଧ୍ୟ ପୂରଣ ହୋଇଛି । ଶାହରୁଖ ଖାନଙ୍କ ଫିଲ୍ମ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ୨୦୦ କୋଟିର ବ୍ୟବସାୟ କରିସାରିଛି । ଏପରିକି ସପ୍ତାହ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ 'ପଠାନ' ବକ୍ସ ଅଫିସରେ ଦ୍ୱିଶତକ ହାସଲ କରିସାରିଛି ।

ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, 'ପଠାନ୍' ରିଲିଜ୍ ହେବାର ଚତୁର୍ଥ ଦିନରେ ବକ୍ସ ଅଫିସରେ ପ୍ରାୟ ୫୦ କୋଟିର ବ୍ୟବସାୟ କରିଛି,ଯାହାକୁ ମିଶାଇ ଫିଲ୍ମର ମୋଟ୍ ଆୟ ୨୦୦ କୋଟି ଅତିକ୍ରମ କରିପାରିଛି । ତେବେ ଖୁବ ଶୀଘ୍ର ଏହି ଫିଲ୍ମ ୩୦୦ କୋଟି ଅତିକ୍ରମ କରିବା ପାଇଁ ଯାଉଛି ।

ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ'ପଠାନ'୨୦୨୩ ବର୍ଷ ଆରମ୍ଭରୁ ହିଁ ବଲିଉଡକୁ ଦେଇଛି ବଡ ଉପହାର । ଗତ ବର୍ଷ ବଲିଉଡର ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲା । ଲଗାତାର ଭାବେ ହିନ୍ଦୀ ସିନେମା ଜଗତକୁ ଟ୍ରୋଲ ସହ ବୟକଟ୍ କରାଯାଇଥିଲା ଯାହାର ପ୍ରଭାସ ସିଧାସଳଖ ଫିଲ୍ମ ଉପରେ ମଧ୍ୟ ପଡୁଥିବାର ଦେଖିବା ପାଇଁ ମିଳିଥିଲା । ହେଲେ ଫିଲ୍ମ 'ପଠାନ୍' ପୁଣି ଥରେ ବଲିଉଡକୁ ଟ୍ରାକକୁ ଫେରାଇ ଆଣଛି । 'ପଠାନ୍'ର ଓପନିଂ ଦିନରେ ୫୫ କୋଟି, ଦ୍ୱିତୀୟ ଦିନରେ ୬୮ କୋଟି, ତୃତୀୟ ଦିନରେ ୩୮ କୋଟି ଏବଂ ଚତୁର୍ଥ ଦିନରେ ୫୦ କୋଟି ବ୍ୟବସାୟ କରିଛି । ଯାହାକୁ ମିଶାଇ 'ପଠାନ'ମୋଟ୍ ୨୧୧ କୋଟି ଟଙ୍କାର ବ୍ୟବସାୟ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+