ଶାହାରୁଖଙ୍କୁ ନାହିଁ ‘Boycott'ଭୟ , ଫ୍ୟାନ୍ସଙ୍କ ଭଲ ପାଇବା ଉପରେ ଅଛି ଭରସା

Shah Rukh Khan On Boycott Trend :ଶାହାରୁଖଙ୍କୁ ନାହିଁ ‘Boycott'ଭୟ , ଫ୍ୟାନ୍ସଙ୍କ ଭଲ ପାଇବା ଉପରେ ଅଛି ଭରସା

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବୟକଟ୍ ଟ୍ରେଣ୍ତ୍ । ଗୋଟେ ପରେ ଗୋଟେ ଫିଲ୍ମକୁ ସମାଲୋଚନା କରିବା ସହ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମକୁ ବ୍ୟାନ୍ ବା ବୟକଟ୍ କରିବା ପାଇଁ ଦାବି କରାଯାଉଛି । ଯାହାର ପ୍ରଭାବ ଫିଲ୍ମରା ଆୟ ଉପରେ ପଡୁଥିବାର ଦେଖିବା ପାଇଁ ମିଳୁଛି । ନିକଟରେ ଆମିର ଖାନଙ୍କ ଫିଲ୍ମ 'ଲାଲା ସିଂ ଚଢା'କୁ ମଧ୍ୟ ବୟକଟ୍ କରିବା ପାଇଁ ଦାବି କରାଯାଇଥିଲା । ଯାହା ଫଳରେ ବିଦେଶରେ ଫିଲ୍ମକୁ ପ୍ରଶଂସା କରାଯାଉଥିବା ବେଳେ ଦେଶରେ ଫିଲ୍ମଟିକୁ ସମାଲଚନାର ଶିକାର ହେବା ପାଇଁ ପଡିଥିଲା । ଏପରିକି ଫିଲ୍ମର ଆୟ ମଧ୍ୟ ଖୁବ କମି ଯାଇଥିଲା । ଫିଲ୍ମ ଫ୍ଲପ ହେବାର କାରଣ ବଏକଟ୍‌ ବୋଲି କୁହାଯାଉଛି ।

Shah Rukh Khan

ତେବେ ବଲିଉଡ ଫିଲ୍ମକୁ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ବଏକଟ୍ ଟ୍ରେଣ୍ଡ କରିଛି । ଯାହାର ଶିକାର ଅନେକ କଳାକାର ହୋଇସାରିଛନ୍ତି । ବର୍ତ୍ତମାନ ଶାହାରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବୟକଟ୍ ବିଷୟରେ ଆଲୋଚନା କରୁଛନ୍ତି । ଭାଇରାଲ୍ କ୍ଲିପ୍ ରେ ବଲିଉଡର କିଙ୍ଗ ଖାନ କହୁଛନ୍ତି 'ବେଳେବେଳେ ଏହା ଭଲ ପାଇଁ ହୋଇଥାଏ । ଯଦି ଫିଲ୍ମଟି ନଚାଲେ ତେବେ ସେଥିପାଇଁ ଏକ ବାହାନା ମଧ୍ୟ ମିଳିଯାଏ । ବାହାନା ଏହା ଯେ ସାମାଜିକ ବହିଷ୍କାର ପାଇଁ ଫିଲ୍ମଟି ଭଲ୍ ଚାଲିଲା ନାହିଁ ।'ଏହା ଛଡା ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ମୋତେ ଯେତେ ଭଲପାଇବା ମିଳିଛି ,ତାହା ବୋଧହୁଏ ଖୁବ କମ ଲୋକଙ୍କୁ ମିଳିଛି । ଏବଂ ସେହି ଭଲପାଇବା ଗୋଟିଏ କି ଦୁଇଟି ଜିନିଷରେ ...ଭୁଲ ଠିକ୍ ଲୋକ ବୁଝନ୍ତି...ମୁଁ ଭାବୁନାହିଁ ଏହା ମୋ ଫିଲ୍ମ ଉପରେ କୌଣସି ପ୍ରଭାବ ପକାଇଛି କି ଆଗକୁ କେବେ ଏହାର ପ୍ରଭାବ ମୋ ଫିଲ୍ମ ଉପରେ ପଡିବ ବୋଲି ।

ଶାହାରୁଖଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ,ଶାହାରୁଖଙ୍କ ଫିଲ୍ମ 'ପଠାନ୍‌' ଜାନୁଆରୀ ୨୫ ତାରିଖରେ ବଡପରଦାରେ ରିଲିଜ୍ ହେବା ପାଇଁ ଯାଉଛି । ତେବେ ନିର୍ମାତା ଶାହରୁଖ ଖାନ, ଦୀପିକା ପାଦୁକୋନଙ୍କ ପରେ ଖଳନାୟକ ସାଜିଥିବା ଜନ୍‌ ଆବ୍ରାହମଙ୍କ ପ୍ରଥମ ଲୁକ୍‌ ଶେୟାର କରିଛନ୍ତି । ଗତକାଲି ଅଭିନେତା ଜନ୍‌ଙ୍କ ମୋଶନ ପୋଷ୍ଟର ରିଲିଜ୍‌ ହୋଇଛି । ଯେଉଁଥିରେ ତାଙ୍କ ଦମଦାର ଅନ୍ଦାଦ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଫିଲ୍ମ ପଠାନ୍ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ । ଏବେ ସମୟୟ ହିଁ କହିବ ବୟକଟ୍ ପ୍ରଭାବ୍ ଶାହାରୁଖ ଫିଲ୍ମ ଉପରେ ପଡୁଛି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+