ଏହି ତାରିଖରେ ରିଲିଜ୍ ହେବ କିଙ୍ଗ୍ ଖାନଙ୍କ ଫିଲ୍ମ 'କିଙ୍ଗ'
Shah Rukh Khan Movie King Release Date: 2023 ବର୍ଷ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପାଇଁ ଏକ ସ୍ୱପ୍ନ ପରି ଥିଲା । ଏହି ଅବଧି ମଧ୍ୟରେ ତାଙ୍କର ତିନୋଟି ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ହିଟ୍ ହୋଇଥିଲା । ପ୍ରଥମ ଦୁଇଟି ଚଳଚ୍ଚିତ୍ର 'ପଠାନ୍' ଏବଂ 'ଜୱାନ୍' ବ୍ଲକବଷ୍ଟର ଥିଲା । ପରବର୍ତ୍ତୀ ରିଲିଜ୍ ହୋଇଥିବା 'ଡଙ୍କି' ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ।
ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିଙ୍ଗ'କୁ ନେଇ ଲାଇମଲାଇଟରେ ରହି ଆସୁଛନ୍ତି । ଅଗଷ୍ଟ 2024 ରେ, ଅଭିନେତା ନିଜେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ 'ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍'ରେ ଯୋଗଦେବା ପରେ ଏକ ସାକ୍ଷାତକାରରେ ଏହି ଚଳଚ୍ଚିତ୍ରକୁ ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଖବର ଅନୁଯାୟୀ, ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର 'କିଙ୍ଗ'ର ରିଲିଜ୍ ତାରିଖ ସ୍ପଷ୍ଟ ହୋଇଛି । 2026 ମସିହାରେ ଇଦ୍ ଅବସରରେ ଶାହାରୁଖଙ୍କ ଫିଲ୍ମ 'କିଙ୍ଗ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜାନୁଆରୀ 2025 ରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଏହାର ରିଲିଜ୍ ତାରିଖ ଏବଂ ଏହାର ଶୁଟିଂ କେବେ ଆରମ୍ଭ ହେବ ସେନେଇ ନିର୍ମାତାମାନେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।
ଏହି ଚଳଚ୍ଚିତ୍ର ଶାହାରୁଖଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ଏଥିରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ତାଙ୍କ ସହ ନଜର ଆସିବେ । 'କିଙ୍ଗ'ରେ ସୁହାନାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।












Click it and Unblock the Notifications