ଉତ୍ତରକାଶୀ ଟନେଲ ଟ୍ରାଜେଡି: ଉଦ୍ଧାରକାରୀ ଟିମ୍ ସହ ସେଲଫି ନେଲେ ଶାହାରୁଖ ଖାନ
Shah Rukh Khan: ସୁପରଷ୍ଟାର ଶାହରୁଖ ଖାନ ବୁଧବାର CNN News18ର ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡସ୍ ଇଭେଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠି ତାଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଇଭେଣ୍ଟରେ, ଶାହାରୁଖ ଖାନ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ଯୋଦ୍ଧା ମାନଙ୍କ ସହ ଭେଟିଥିଲେ ଏବଂ ଅଭିନେତା ସମସ୍ତଙ୍କ ସେଲଫି ମଧ୍ୟ ନେଇଥିଲେ । କିଙ୍ଗ୍ ଖାନଙ୍କର ଏହି ଅନ୍ଦାଜ୍ ପୁଣି ଥରେ ତାଙ୍କ ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଉତ୍ତରକାଶୀର ହିରୋ ମାନଙ୍କୁ ସମ୍ମାନିତ କରାଯାଇଛି । ଯେଉଁଥିରେ ନ୍ୟାସନାସ ଡିଜାଷ୍ଟର ରିସ୍ପୋନ୍ସ ଫୋର୍ସର ଡାଇରେକ୍ଟର ଜେନେରାଲ ଅତୁଲ କରୱାଲ, ରେଡ୍ ହୋଲ ମାଇନର୍ସ ମୁନ୍ନା ଏବଂ ୱକିଲ, ଫୋରମ୍ୟାନ୍ ଗବର ସିଂ ନେଗି ଏବଂ ତାଙ୍କ ସହକର୍ମୀ ସବା ଅହମ୍ମଦଙ୍କ ସମେତ ଉତ୍ତରାଶିର ବୀରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମୟରେ ସଭାରେ ଉପସ୍ଥିତ ଥିବା ଅଭିନେତା ଶାହାରୁଖଙ୍କୁ ସେଲଫି ଡିମାଣ୍ତ କରିଥିଲେ ସମସ୍ତ ଯୋଦ୍ଧା ମାନେ ।

ଏହା ପରେ ଶାହାରୁଖ ଖାନ ମଞ୍ଚ ଉପରକୁ ଯାଇ ସମସ୍ତଙ୍କୁ ହଗ୍ କରିବା ସହ ହାତ ମିଳାଇଥିଲେ ଏବଂ ସେଲଫି ନେଇଥିଲେ । ଶାହାରୁଖଙ୍କ ଏହି ଅନ୍ଦାଜ ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ଏହି ଇଭେଣ୍ଟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ କିଙ୍ଗ୍ ଖାନଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି ।
2023 ବର୍ଷ ଶାହରୁଖ ଖାନଙ୍କ କ୍ୟାରିୟର ପାଇଁ ଏକ ଜବରଦସ୍ତ ବର୍ଷ ରହିଥିଲା । ତାଙ୍କର ତିନୋଟି ଚଳଚ୍ଚିତ୍ର ବ୍ୟାକ୍-ଟୁ-ବ୍ୟାକ୍ ମୁକ୍ତିଲାଭ କରିଥିଲା ଏବଂ ସୁପରହିଟ୍ ମଧ୍ୟ ହୋଇଥିଲା । 21 ଡିସେମ୍ବର 2023 ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 450 କୋଟିରୁ ଅଧିକ ବ୍ୟବସାୟ କରିଛି ।












Click it and Unblock the Notifications