ଏହି କାରଣରୁ ଅଭିନେତା ଶାହାରୁଖ ଖାନଙ୍କୁ ମିଳିଲା Y+ ସୁରକ୍ଷା
Shah Rukh Khan: ଦୁଇ ଦୁଇଟି ବିଗ୍ ବଜେଟ୍ ଫିଲ୍ମ ହିଟ୍ ହେବା ପରେ ବିପଦେରେ କିଙ୍ଗ୍ ଖାନଙ୍କ ଜୀବନ । ଯେଉଁଥି ପାଇଁ ତାଙ୍କୁ ବର୍ତ୍ତମାନ ମହାରାଷ୍ଟ୍ର ସରକାର Y+ ସୁରକ୍ଷା ଦେଇଛନ୍ତି । ଏଥର ଶାହାରୁଖଙ୍କ ସହ ରହିବେ ୬ ପୋଲିସ କମାଣ୍ତୋ । ଏହାସହ ଚାରିଜଣ ସଶସ୍ତ୍ର ପୋଲିସ ମଝ୍ୟ ଶାହାରୁଖଙ୍କ ବାସଭବନକୁ ସୁରକ୍ଷା ଦେବେ । ଏହି ସଶସ୍ତ୍ର ଅଙ୍ଗରାକ୍ଷୀ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ଅଧିନରେ ଆସୁଛି । ହେଲେ ଏହି ସୁରକ୍ଷା ପାଇଁ ଅଭିନେତାଙ୍କୁ ଖର୍ଚ୍ଚ ଦେବା ପାଇଁ ପଡିବ ।

ସୂଚନା ଅନୁସାରେ, ଚଳିତ ବର୍ଷ କିଙ୍ଗ୍ ଖାନ ଦୀର୍ଘ ଦୁଇ ବର୍ଷ ପରେ ପୁଣି ବକ୍ସରେ ରାଜ୍ କରୁଛନ୍ତି କିଙ୍ଗ୍ ଖାନ ସେ ବ୍ୟାକ୍ ଟୁ ବ୍ୟାକ୍ ଦୁଇ ଦୁଇଟି ହିଟ୍ ଫିଲ୍ମ ଦେଇଛନ୍ତି । ANI ରିପୋର୍ଟ ଅନୁସାରେ ମୁମ୍ବାଇ ପୋଲିସ ଦେଇଥିବା ସୂଚନା ଅନୁସାରେ, ଶାହାରୁଖ ଖାନଙ୍କୁ ମୃତ୍ୟୁ ଧମକ ଦିଆଯାଉଛି ।
ଯାହା ପରେ ବର୍ତ୍ତମାନ ଅଭିନେତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କୁହାଯାଉଛି ଯେ ଶାହାରୁଖ ଖାନଙ୍କୁ ଦୀର୍ଘ ଦିନ ଧମକପୂର୍ଣ୍ଣ କଲ୍ ଆସୁଛି ଯାହାକୁ ନେଇ ସେ ମହାରାଷ୍ଟ୍ର ସରକାରଙ୍କୁ ଏକ ଲିଖିତ ସୂଚନା ଦେଇଛନ୍ତି ।
ଶାହାରୁଖ ଖାନଙ୍କ ଚଳିତ ବର୍ଷ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଉଭୟ ଚଳଚ୍ଚିତ୍ର ପଠାନ ଏବଂ ଜୱାନ୍ ବକ୍ସ ଅଫିସରେ ଜବରଦସ୍ତ ସଫଳତା ମିଳିଛି । 'ପଠାନ' ବିଶ୍ୱବ୍ୟାପୀ ସଂଗ୍ରହ କହିବାକୁ ଗଲେ ସିନେମାଟି ଏପର୍ଯ୍ୟନ୍ତ ୭୨୭.୬୬ କୋଟି ଟଙ୍କା ସଂଗ୍ରହ କରିଛି । ପଠାନ ୧୧ ଦିନରେ ମୋଟ୍ ୪୦୧ ରୋଟି ଟଙ୍କାର ବ୍ୟବସାୟ କରିଛି । ସେହିପରି 'ଜୱାନ୍'ପ୍ରଥମ ଦିନରେ ୬୫.୫୦ କୋଟି ଟଙ୍କାରା ବ୍ୟବସାୟ କରିଥିଲା ସେହିପରି ପ୍ରଥନ ତିନି ଦିନରେ ୧୮୦.୪୫ କୋଟି ଟଙ୍କାର ଆୟ କରି ବଲିଉଡର ସର୍ବାଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର ଲିଷ୍ଟରେ ସାମିଲ ହୋଇଛି ।
ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଡଙ୍କି'କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଯାହା ୨୨ ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି ।












Click it and Unblock the Notifications