ହତ୍ୟା ଧମକ ମିଳିବାରେ ପରେ ବଢିଲା ମନ୍ନତର ସୁରକ୍ଷା ବ୍ୟବସ୍ଥା
Shah Rukh Khan Death Threat: ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ଅଭିନେତାଙ୍କ ଘର ମନ୍ନତର ସୁରକ୍ଷା ବୃଦ୍ଧି କରାଯାଇଛି । ପୋଲିସ ଫୈଜାନଙ୍କୁ ପଚରାଉଚରା କରୁଛି ଏବଂ ଏହାର ବର୍ତ୍ତମାନ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଫୈଜାନ୍ ତିନିଥର ଫୋନ୍ କରି ଶାହାରୁଖ ଖାନଙ୍କୁ ଧମକ ଦେଇଥିଲେ। ଫୈଜାନ୍ ରାୟପୁରରୁ ଫୋନ କରିଥିଲେ। ବାନ୍ଦ୍ରା ପୋଲିସ ଷ୍ଟେସନକୁ ମଧ୍ୟ ଫୋନ୍ କରି ଧମକ ଦିଆଯାଇଥିଲା।

ସୂଚନାନୁସାରେ, ରାୟପୁରର ଫୈଜାନ୍ ନାମକ ଜଣେ ବ୍ୟକ୍ତି ଧମକପୂର୍ଣ୍ଣ କଲ କରିଥିଲା। ଏହି ଫୋନ୍ କଲ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିଜ୍'ର କାର୍ଯ୍ୟାଳୟକୁ ଆସିଥିଲା, ଏହି ଖବର ପ୍ରକାଶ ପାଇବା ପରେ ଚହଳ ସୃଷ୍ଟି ହୋଇଛି । ଶାହାରୁଖ ଖାନଙ୍କୁ ହତ୍ୟା କରିବା ପାଇଁ ଧମକପୂର୍ଣ୍ଣ କଲ୍ ମିଳିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ଯାହା ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।
ପୋଲିସ୍ ଏହି କଲକୁ ଟ୍ରାକ୍ କରିବା ପରେ ସ୍ପଷ୍ଟ ହୋଇଥିଲା ଯେ ଏହି କଲ୍ ରାୟପୁରରୁ ଆସିଥିଲା। ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କୁ ପଚରାଉଚରା ଜାରି ରଖିଛି। ବର୍ତ୍ତମାନ ଅଧିକ ତଦନ୍ତ କରାଯାଉଛି ।
ପୋଲିସ ପ୍ରତ୍ୟେକ ଦିଗରୁ ମାମଲାର ତଦନ୍ତ କରୁଛି। ସାଇବର ସେଲ୍ ଦଳ ମଧ୍ୟ କାର୍ଯ୍ୟ କରୁଛି । ବର୍ତ୍ତମାନ ଖବର ରହିଛି ଯେ, ନକଲି ଡକ୍ୟୁମେଣ୍ଟରୁ ମୋବାଇଲ୍ ନମ୍ବର ନିଆଯାଇଛି ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି । ବର୍ତ୍ତମାନ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଚାଲିଛି। ତେବେ ଏହି ଘଟଣାରେ ପୋଲିସ ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିପାରେ।












Click it and Unblock the Notifications