ପଠାନର ସଫଳତା ପରେ ବଦଳି ଗଲେ କି ଶାହାରୁଖ ଖାନ! ଏୟାରପୋର୍ଟରେ ଫ୍ୟାନ୍ସଙ୍କ ସହ କଲେ ଏପରି ବ୍ୟବହାର

ମୁମ୍ବାଇ: ଚଳଚ୍ଚିତ୍ର ପଠାନ ବ୍ଲକବଷ୍ଟର ପ୍ରମାଣିତ ହେବା ପରଠାରୁ ବଲିଉଡ ଅଭିନେତା ଶାହାରୁଖ ଖାନ ସୋସିଆଲ ମିଡିଆରେ କରୁଛନ୍ତି ରାଜ । ହେଲେ ଏହି ସଫଳତା ପାଇଁ ଅଭିନେତାଙ୍କୁ କରିବା ପାଇଁ ପଡିଥିଲା କଠିନ୍ ପରିଶ୍ରମ । ଟେଲି ଜଗତରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଆଉ ଆଜି ସେ ଦେଶ ବିଦେଶରେ ଜଣେ ପରିଚିତ କଳାକାର ।

ଶାହାରୁଖ ଖାନଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଖୁବ ଅଧିକ । ଏହାରି ମଧ୍ୟରେ , ଶାହାରୁଖ ଖାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ ସହ ଜଣେ ପ୍ରଶଂସକ ସେଲଫି ନେବା ପାଇଁ ଚେଷ୍ଟା କରୁଛନ୍ତି ହେଲେ କିଙ୍ଗ୍ ଖାନ ବ୍ୟକ୍ତି ଜଣକ ହାତ ଠେଲି ହଟାଉଥିବାର ଦେଖିବା ପାଇଁ ମିଳୁଛି ।

Shah Rukh Khan

ଶାହରୁଖ ଖାନଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ପରେ ଅନେକ ପ୍ରଶଂସକ କିଙ୍ଗ୍ ଖାନଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ଅଭିନେତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡୁଛି । ପ୍ରକୃତରେ ଶାହାରୁଖ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

ବିମାନବନ୍ଦରରେ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖି ଚାରି ପଟୁ ତାଙ୍କୁ ଘେରି ନେଇଥିଲେ ଫ୍ୟାନ୍ସ । ସେଠାରେ ଉପସ୍ଥିତ ଥିବା ଶାହାରୁଖ ଖାନଙ୍କ ଜଣେ ପ୍ରଶଂସକ ତାଙ୍କ ମୋବାଇଲ୍ ବାହାର କରି ତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରିବା ମାତ୍ରେ ଶାହାରୁଖ ଖାନ ତାଙ୍କ ଉପରେ ରାଗି ଯାଇଥିଲେ ଏବଂ ବ୍ୟକ୍ତି ଜଣଙ୍କ ହାତ ଠେଲି
ହଟାଉଥିବାର ନଜର ଆସିଥିଲେ ।

ଏହି ସମୟରେ ଶାହାରୁଖ ଖାନ ଖୁବ କ୍ରୋଧିତ ଥିବା ଦେଖାଯାଉଥିଲେ। ଏହି ଭିଡିଓ ଉପରେ ଲୋକମାନେ ତୀବ୍ର ମନ୍ତବ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି-ଶାହାରୁଖ ତୁମେ ଭୁଲି ଯାଅନି ଯେ ଏହି ପ୍ରଶଂସକଙ୍କ ପାଇଁ ଆଜି ତୁମେ ଏହି ସ୍ଥାନରେ ପହଁଞ୍ଚି ପାରିଛ ।
ଆଉ ଜଣେ ୟୁଜର ଲେଖିଛନ୍ତି, ପଠାନ କାରଣରୁ ଅହଂକାର ଆସିଯାଇଛି । ଶାହାରୁଖ ଖାନଙ୍କ ଏହି କାର୍ଯ୍ୟ ଉପରେ ଫ୍ୟାନ୍ସ ଏବେ ଖୁବ ରାଗି ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+