୩୬ ଜଣ ଗର୍ଲଫ୍ରେଣ୍ଡଙ୍କ ସହ ଜୱାନ୍ ଦେଖିବେ କିଙ୍ଗ୍ ଖାନଙ୍କ ଫ୍ୟାନ୍, ବୁକ୍ କଲେ ପୁରା ହଲ୍, ଶାହାରୁଖ ଦେଲେ ଏପରି ପ୍ରତିକ୍ରିୟା

Shah Rukh Khan Fan Booked Entire Hall: ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ରିଲିଜ ହେବା ପୂର୍ବରୁ ଚର୍ଚ୍ଚା ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ କ୍ରେଜ୍ ଜବରଦସ୍ତ ଦେଖିବା ପାଇଁ ମିଳୁଛି । ସବୁଠି ଏବେ କବେଳ 'ଜୱାନ୍'କୁ ନେଇ ଆଲୋଚନା । କିଙ୍ଗ୍ ଖାନଙ୍କ ଫ୍ୟାନ୍ସଙ୍କର ଉତ୍ସାହ କହିଲେ ନ ସରେ । ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ମଧ୍ୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେଉଛି । SRKଙ୍କ ଫିଲ୍ମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ଏପରି ସ୍ଥିତିରେ ଶାହାରୁଖଙ୍କର ଜଣେ କ୍ରେଜି ଫ୍ୟାନ୍ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ କିଙ୍ଗ୍ ଶାହାରୁଖଙ୍କୁ ମଧ୍ୟ ଚକିତ କରିଦେଇଛନ୍ତି । ଏହି ଫ୍ୟାନ୍ସଙ୍କ ପାଗଳାମି ଶାହାରୁଖଙ୍କୁ ଇମପ୍ରେସ୍ କରିଛି ଏବଂ ସେ ନିଜେ କମେଣ୍ଟ କରି ଧନ୍ୟବାଦ ଜଣାଇଛନ୍ତି ।

Shah Rukh Khan

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶାହରୁଖ ଖାନଙ୍କ ଜଣେ ପ୍ରଶଂସକ ତାଙ୍କର ଆଗାମୀ ଫିଲ୍ମ 'ଜୱାନ୍' ଦେଖିବା ପାଇଁ ପୁରା ହଲ୍ ବୁକ୍ କରି ଦେଇଛନ୍ତି । ପ୍ରଶଂସକ ଜଣେକ ନିଜେ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି । ବ୍ୟକ୍ତି ଜଣକ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ସିନେମା ଟିକେଟର ମାଳ ନିଜ ବେକରେ ପକାଇଥିବାର ଦେଖିବା ପାଇଁ ମିଳୁଛି ।

ସେ ଟ୍ୱିଟ୍ କରି ଲେଖିଛନ୍ତି, ଜୱାନ ଦେଖିବା ପାଇଁ ସେ ପୁରା ହଲ୍ ବୁକ୍ କରିଛନ୍ତି । ସେ ତାଙ୍କର 36 ଗର୍ଲଫ୍ରେଣ୍ଡ, 72 ପୂର୍ବତନ ଗର୍ଲଫ୍ରେଣ୍ଡ ଏବଂ 80 ସାଙ୍ଗଙ୍କ ସହ ଫିଲ୍ମ ଦେଖିବାକୁ ଯାଉଛନ୍ତି । ବ୍ୟକ୍ତି ଏହି ପୋଷ୍ଟରେ କିଙ୍ଗ ଖାନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ପ୍ରଶଂସକଙ୍କର ଏହି ଟୁଇଟରେ ନିଜ ପ୍ରତିକ୍ରିୟା ଦେଇ ଶାହାରୁଖ ଖାନ ଲେଖିଛନ୍ତି, ୱା ରେ ଭାଇ ତେରୀ ତୋ ଜାୱାନୀ ଫୁଟ୍ ଫୁଟ୍ କେ ଝଲକ ରହିହୈ । ହାଁ ହାଁ ଏସେ କର୍...ନିଜ ଟ୍ୱିଟରେ ଏସଆରକେଙ୍କ ରିଆକ୍ସନ ଦେଖି ଫ୍ୟାନ୍ସ ଜଣକ ଖୁବ ଉତ୍ସାହିତ ହୋଇପଡିଛନ୍ତି । ଏହି ପୋଷ୍ଟଟି ଭାଇରାଲ ହେବା ସହ ଲୋକଙ୍କର ଭିନ୍ନ ଭିନ୍ନ କମେଣ୍ଟେ ଦେଖିବା ପାଇଁ ମିଳୁଛି । ଜଣେ ୟୁଜର ଲେଖିଛନ୍ତି ସିନେମା ହଲରେ ଦଙ୍ଗା ହେବ ଯେତେବେଳେ ଏତେ ସଂଖ୍ୟକ ପୂର୍ବତନ ଏବଂ ବର୍ତ୍ତମାନର ଗର୍ଲଫ୍ରେଣ୍ଡ ଏକାଠି ହେବେ ।

ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ଜୱାନ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର 7 ସେପ୍ଟେମ୍ବର 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ନୟନତାରାଙ୍କ ବ୍ୟତୀତ ବିଜୟ ସେଥୁପଥି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ସାନିଆ ମଲହୋତ୍ରା, ପ୍ରିୟମାନି ଏବଂ ରିଦ୍ଧି ଡୋଗ୍ରାଙ୍କ ପରି କଳାକାର ମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ । ଫ୍ୟାନ୍ସ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+