ବିଗିଡିଲା କିଙ୍ଗ୍ ଖାନଙ୍କ ସ୍ୱାସ୍ଥ୍ୟ: ଚିକିତ୍ସା ପାଇଁ ଆମେରିକା ଗଲେ ଶାହାରୁଖ

Shah Rukh Khan Eye Surgery: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚିନ୍ତାଜନକ ଖବର ରହିଛି । ନିକଟରେ ଅଭିନେତାଙ୍କୁ ହିଟ୍ ଷ୍ଟ୍ରୋକ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ କିଙ୍ଗ୍ ଖାନ ନିଜ ଆଖି ଚିକିତ୍ସା ପାଇଁ ଆମେରିକା ଯିବା ନେଇ ସୂଚନା ରହିଛି । ସେ ପୂର୍ବରୁ ମୁମ୍ବାଇରେ ଆଖି ଚିକିତ୍ସା କରୁଥିଲେ କିନ୍ତୁ ଏଠାରେ ଚିକିତ୍ସାରେ ଅସୁବିଧା ହେତୁ ତାଙ୍କୁ ତୁରନ୍ତ ଆମେରିକା ନିଆଯିବା ନେଇ ସୂଚନା ରହିଛି ।

Shah Rukh Khan

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଶାହାରୁଖ ଖାନ ଏଥର ଚକ୍ଷୁ ଚିକିତ୍ସା କରୁଛନ୍ତି। ଶାହାରୁଖ ଖାନ ଚିକିତ୍ସା ପାଇଁ ମୁମ୍ବାଇ ଡାକ୍ତରଖାନା ଯାଇଥିଲେ ହେଲେ ପ୍ଲାନ୍ ହିସାବରେ ତାଙ୍କର ଚିକିତ୍ସା କରାଯାଇ ନଥିଲା । ଶାହରୁଖ ଜୁନ୍ 29 ରେ ଡାକ୍ତରଖାନା ଯାଇଥିଲେ ଯେଉଁଠି ତାଙ୍କ ସଠିକ୍ ଭାବେ ଚିକିତ୍ସା ହୋଇ ପାରିନଥିଲା । ସେଥି ପାଇଁ ଅଭିନେତା ଏବେ ଆମେରିକା ଯିବା ନେଇ ସୂଚନା ରହିଛି ।

ରିପୋର୍ଟ ଅନୁସାରେ, ସୁପରଷ୍ଟାର ଆଜି କିମ୍ବା ଆସନ୍ତାକାଲି ଅର୍ଥାତ୍ 30 ଜୁଲାଇ ମଙ୍ଗଳବାର ଦିନ ବିଦେଶ ଯିବା ନେଇ ସୂଚନା ରହିଛି । ମେ ମାସରେ ଷ୍ଚାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରୁଥିବା ବେଳେ ଶାହାରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ 2024 ମସିହାରେ ଫିଲ୍ମ ସେଟକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ ଶୀଘ୍ର ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+