'ପଠାନ୍'ସେଟରୁ ଭାଇରାଲ ହେଲା ଦୀପିକା-ଶାହାରୁଖଙ୍କ ଫଟୋ
'ପଠାନ୍'ସେଟରୁ ଭାଇରାଲ ହେଲା ଦୀପିକା-ଶାହାରୁଖଙ୍କ ଫଟୋ
ମୁମ୍ବାଇ: ବଲିଉଡର କିଙ୍ଗ୍ କୁହାଯାଉଥିବା ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ପାଇଁ ଦୀର୍ଘ ଦିନ ଧରି ଲାଇମଲାଇଟରେ ରହିଆସୁଛନ୍ତି । ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ପ୍ରଶଂସକମାନେ ଏହି ଫିଲ୍ମର ଟିଜରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ପଠାନ୍ ସେଟରୁ ଶାହାରୁଖ ଏବଂ ଦୀପିକାଙ୍କ ଏକ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ଜନ୍ ଅବ୍ରହାମ ଶାହାରୁଖ ଖାନଙ୍କ ସହ 'ପଠାନ'ରେ ନଜର ଆସିବେ। ଫିଲ୍ମ ପ୍ରଥମ ଲୁକ ମେକର୍ସଙ୍କର ପକ୍ଷରୁ ରିଲିଜ୍କ ରାଯାଇ ସାରିଛି । ଏବେ ଭାଇରାଲ ଫଟୋକୁ ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ଆଜି ସୋସିଆଲ ମିଡିଆରେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଉଭୟ ଏକ ବାଲକୋନୀରେ ଏକାଠି ଠିଆ ହୋଇଥିବାର ନଜର ଆସୁଛନ୍ତି ଗୋଟିଏ ପଟେ । ଶାହରୁଖ ଏକ ନୀଳ ସର୍ଟ ଏବଂ ଜିନ୍ସ ପିନ୍ଧିଥିବା ବେଳେ ଦୀପିକା ୱାଇଟ୍ କ୍ରପ୍ ଟପ୍ସ ସହ କମଳା ରଙ୍ଗର ସ୍କର୍ଟରେ ନଜର ଆସୁଛନ୍ତି । ଚଳଚ୍ଚିତ୍ର ସହିତ ଶାହରୁଖ ଖାନ ମଧ୍ୟ ତାଙ୍କ ଜନ୍ମଦିନକୁ ଅନେକ ଚର୍ଚ୍ଚାରେ ଅଛନ୍ତି । ଅକ୍ଟୋବର ୨ ରେ କିଙ୍ଗ ଖାନ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି ।












Click it and Unblock the Notifications