'ଜୟ ଶ୍ରୀ ରାମ' କହି ଟ୍ରୋଲ ହେଲେ ଅଭିନେତା ଶାହାରୁଖ ଖାନ, ଜାଣନ୍ତୁ କାରଣ
Anant Ambani-Radhika Merchant: ଦେଶର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ୧୨ ଜୁଲାଇ ୨୦୨୪ରେ ହେବା ଯାଉଛି । ହେଲେ ବର୍ତ୍ତମାନ ଉଭୟଙ୍କ ଗ୍ରାଣ୍ତ ପ୍ରି-ୱେଡିଂ ଇଭେଣ୍ଟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । କିଛି ଦିନ ହେଲା ଗୁଜୁରାଟର ଜାମନଗରରେ ଲାଗିଛି ବଡ଼଼ ବଡ଼ ସେଲିବ୍ରିଟି ଏବଂ ବ୍ୟବସାୟୀଙ୍କ ଭିଡ଼ । ଏହି ଇଭେଣ୍ଟରେ ବଲିଉଡ ଠାରୁ କ୍ରିକେଟ୍ ଦୁନିଆ ପର୍ଯ୍ୟନ୍ତ ସମସ୍ତ ବଡ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି ।
ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ କିଙ୍ଗ୍ ଖାନ ଅଛନ୍ତି ଚର୍ଚ୍ଚାରେ କେତେବେଳେ ସେ ନିଜ ଲଗେଜ୍ ପାଇଁ ଅଛନ୍ତି ଲାଇମଲାଇଟରେ ତ କେତେବେଳେ ନିଜ ଲୁକ୍ ପାଇଁ । ମଞ୍ଚରେ ଡ୍ୟାନ୍ସ କରିବା ସହ ନିଜ କଥାରେ ଖାସ୍ କରିଥିଲେ ଏହି ସୁନ୍ଦର ସନ୍ଧ୍ୟାକୁ । କିଙ୍ଗ୍ ଖାନ ପଠାନି ଅବତାରରେ ନଜର ଆସିଥିଲେ । ଅଭିନେତା ସଂପୂର୍ଣ୍ଣ କଳା ପୋଷାକ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମଞ୍ଚକୁ ଆସିବା ମାତ୍ରେ 'ଜୟ ଶ୍ରୀ ରାମ' କହୁଥିବା ଶୁଣିବା ପାଇଁ ମିଳୁଛି । ଏହା ପରେ ଅଭିନେତା ପୁରା ଅମ୍ବାନୀ ପରିବାରକୁ ପରିଚିତ କରାଉଛନ୍ତି ଏବଂ ସେମାନଙ୍କ ବିଷୟରେ ବହୁତ ଭଲ କଥା ମଧ୍ୟ କହିଥିଲେ । ହେଲେ ପ୍ରଶଂସକଙ୍କ ଧ୍ୟାନ କେବଳ ଜୟ ଶ୍ରୀ ରାମଙ୍କ ଉପରେ ହିଁ ରହିଯାଇଥିଲା ।
ଜୟ ଶ୍ରୀ ରାମ କହି ଶାହାରୁଖ ଖାନ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଛି । ଜଣେ ଉପଭୋକ୍ତା କିଙ୍ଗ୍ ଖାନଙ୍କୁ ସମାଲୋଚନା କରି ଲେଖିଛନ୍ତି, ଏହି କଳାକାରମାନେ ଟଙ୍କା ପାଇଁ କିଛି ବି କରି ପାରିବେ । ସେହି ପରି ଆଉ ଜଣେ ଲେଖିଛନ୍ତି ଶାହାରୁଖ ଏପରି କହିବା ପାଇଁ ଟଙ୍କା ନେଇଛନ୍ତି । ଏପରି ଅନେକ କମେଣ୍ଟ ସହ ବର୍ତ୍ତମାନ ଅଭିନେତାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡୁଛି ।
ଆଉ ଏକ ଭିଡିଓରେ ଅଭିନେତା ନିଜ ଝିଅ ସୁହାନା ଖାନ, ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା, ଅନନ୍ୟା ପାଣ୍ଡେ ଏବଂ ଶାନୟା କପୁରଙ୍କ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ । ସମସ୍ତେ ଦିଲଜିତଙ୍କ ଗୀତରେ ଜୋରରେ ଠୁମକା ଲଗାଇଥିଲେ ।












Click it and Unblock the Notifications