ବିଶ୍ବର ସବୁଠୁ ଧନୀ ଆକ୍ଟର ହେଲେ ଶାହାରୁଖ୍ ଖାନ

ଶାହାରୁଖ ଖାନଙ୍କ ଚାର୍ମ ଏବଂ ଷ୍ଟାରଡମ କେବଳ ଭାରତରେ ସୀମିତ ନୁହେଁ; ସେ ଅନେକ ଦେଶରେ ତାଙ୍କ ପର୍ସନାଲିଟିର ଜଲୱା ଦେଖାଇଛନ୍ତି। ଆଜି ମଧ୍ୟ, ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶାହରୁଖ ଖାନଙ୍କ ପ୍ରଶଂସକ ତାଙ୍କୁ ମନେ ରଖିଛନ୍ତି। ତେବେ ଏବେ, ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ ଅଭିନେତା ହୋଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି।

Shah Rukh Khan

୨୦୨୫ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୨୦୨୪ରେ ସେ ୭,୩୦୦ କୋଟି ଟଙ୍କା ସହ ଏହି ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲେ। ତାଲିକାରେ ଜୁହୀ ଚାୱଲା ଓ ତାଙ୍କ ପରିବାର ୭,୭୯୦ କୋଟି ଟଙ୍କା ସହ ଦ୍ୱିତୀୟ, ହ୍ରୀତିକ ରୋଶନ ୨,୧୬୦ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛନ୍ତି। ଶାହାରୁଖ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଓ ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସର ସହ-ମାଲିକ ଅଟନ୍ତି। ତାଙ୍କର ଏକ୍ସରେ ୪୩.୯ ନିୟୁତ ଓ ଇନଷ୍ଟାଗ୍ରାମରେ ୪୮.୬ ନିୟୁତ ଫଲୋଅର୍ସ ଅଛନ୍ତି।

୨୦୨୩ରେ ମୁକ୍ତିଲାଭ କରିଥିବା 'ଜଓ୍ଵାନ' ଚଳଚ୍ଚିତ୍ର ବକ୍ସ ଅଫିସରେ ୧,୦୦୦ କୋଟି ଟଙ୍କା ଆୟ କରି ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ଶାହାରୁଖ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+