ବଡ଼ ଅଫର୍! 'ଜୱାନ'ର ଗୋଟିଏ ଫିଲ୍ମ ଟିକେଟ୍ ସହ ଆଉ ଏକ ପାଆନ୍ତୁ ମାଗଣାରେ
Jawan Ticket Offer: ଆଜିକାଲି ବଲିଉଡ ଅଭିନେତା ଶାହାରୁଖ ଖାନ ତାଙ୍କ ଫିଲ୍ମ 'ଜୱାନ'ର ସଫଳତାକୁ ଉପଭୋଗ କରୁଛନ୍ତି । 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ 1000 କୋଟି ଟଙ୍କାର ବ୍ୟବସାୟ କରିଛି । ସେହିପରି ଭାରତରେ ଏହି ଫିଲ୍ମ 600 କୋଟିର ଆୟ କରିସାରିଲାଣି । କିଙ୍ଗ୍ ଖାନଙ୍କ ଏହି ଫିଲ୍ମ ବଲିଉଡର ସବୁଠୁ ବଡ ହିଟ୍ ଫିଲ୍ମ ପାଲଟିଛି । ହେଲେ ଏପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକ ଏହି ଫିଲ୍ମ ଦେଖି ନାହାଁନ୍ତି, ଏଭଳି ପରିସ୍ଥିତିରେ ନିର୍ମାତା ପ୍ରଶଂସକଙ୍କ ପାଇଁ ଏକ ବଡ଼ ଅଫର୍ ଆଣିଛନ୍ତି ।
ଚଳଚ୍ଚିତ୍ର ଜୱାନର ଆୟ ଧିରେ ଧିରେ କମିବାରେ ଲାଗିଛି । ଯାହାକୁ ନଜରରେ ରଖି ନିର୍ମାତାମାନେ ସ୍ଥିର କରିଛନ୍ତି ଯେ, ବର୍ତ୍ତମାନ 'ଜୱାନ'ର ଗୋଟିଏ ଟିକେଟ୍ ସହିତ ଗୋଟିଏ ମାଗଣା ଟିକେଟ ପାଇବେ ଫ୍ୟାନ୍ସ । ଶାହାରୁଖ ଖାନ ନିଜେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏନେଇ ସୂଚନା ଦେଇଛନ୍ତି । ଯାହା ପରେ ଆଶା କରାଯାଉଛି ଯେ, ଫିଲ୍ମକୁ ନେଇ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିବ ଏବଂ ସିନେମାଟି ପୁଣି ଅଧିକ ଆୟ କରିବ ।

ଶାହାରୁଖ ଖାନ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ଗୋଟିଏ ଟିକେଟ୍ ସହ ଗୋଟିଏ ଟିକେଟ୍ ଫ୍ରି ପାଆନ୍ତୁ ଏବଂ ନିଜ ପୁରା ପରିବାର ସହ ଏହି ଫିଲ୍ମକୁ ଏଞ୍ଜୟ କରନ୍ତୁ । ଆପଣଙ୍କ ନିକଟସ୍ତ ପ୍ରେକ୍ଷାଳୟରେ - ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଫିଲ୍ମ ଦେଖନ୍ତୁ ।
Bhai ko, behen ko…
Dushman ko, Yaar ko…
And of course, apne Pyaar ko…
Kal Jawan dikhaaiyega!Chacha-Chachi, Phoopha-Phoophi, Maama-Maami…
Yaani Poore Parivaar ko.
Sab ke liye ek ke saath ek free ticket!!!Toh kal se… Parivaar, yaar aur pyaar… Just Buy 1 ticket and get the… pic.twitter.com/Qr9gI4ihcO
— Shah Rukh Khan (@iamsrk) September 27, 2023
ଶାହାରୁଖ ଖାନଙ୍କ ଫିଲ୍ମ ଜୱାନର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି । ବର୍ତ୍ତମାନ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରଟି OTT ରେ ରିଲିଜ୍ ହେବା ପାଇଁ ଯାଉଛି । ଫିଲ୍ମ 'ଜୱାନ'ରେ ଶାହାରୁଖ ଖାନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଶାହାରୁଖଙ୍କ ବ୍ୟତୀତ ବିଜୟ ସେତୁପଥି ଏବଂ ନୟନତାରା ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଦୀପିକା ପାଦୁକୋଣ ଏବଂ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications