ଗୋଟିଏ ଦିନରେ ୩ ଥର ବିବାହ କରିଥିଲେ ଶାହାରୁଖ ଖାନ
Shah Rukh Khan And Gauri Khan Love Story: ନଭେମ୍ବର ୨ ତାରିଖରେ କିଙ୍ଗ୍ ଖାନ ନିଜ ଜନ୍ମ ଦିନ ପାଳନ କରିବେ । ଏହା ଶାହାରୁଖଙ୍କର ୫୯ ତମ ଜନ୍ମ ଦିନ। ଯେଉଁଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟି ତେବେ ଦେବେ ପତ୍ନୀ ଗୌରୀ ଖାନ, ଏଥିପାଇଁ ୨୫୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ସୂଚନା ରହିଛି ।
ଆଜି ଆମେ ଗୌରୀ ଏବଂ ଶାହାରୁଖଙ୍କ ସୁନ୍ଦର ଲଭ୍ ଷ୍ଟୋରୀ ବିଷୟରେ ଜଣାଇବୁ । ୧୯ ବର୍ଷ ବୟସରେ, ୧୪ ବର୍ଷିୟ ଗୌରୀଙ୍କ ପ୍ରେମରେ ପଡିଥିଲେ ଶାହାରୁଖ । ହେଲେ ଗୌରୀଙ୍କ ମନ ଜିଣିବା ଏତେ ସହଜ ନଥିଲା, ଏଥିପାଇଁ କିଙ୍ଗ୍ ଖାନଙ୍କୁ ଖୁବ୍ କଷ୍ଟ କରିବା ପାଇଁ ପଡିଥିଲା ।
୧୯୮୪ ରେ ଏକ ପାର୍ଟୀରେ ଶାହାରୁଖ ଖାନ ଏବଂ ଗୌରୀ ଖାନ ପ୍ରଥମ ଥର ଦେଖା ହୋଇଥିଲା । ଯେଉଁଠି ଗୌରୀ ନିଜର ଜଣେ ସାଙ୍ଗଙ୍କ ସହ ଡ୍ୟାନ୍ସ କରୁଥିଲେ । ଶାହାରୁଖ ତାଙ୍କୁ ତାଙ୍କ ସହ ଡ୍ୟାନ୍ସ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଗୌରୀ ରାଜି ହୋଇ ନଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ଶାହାରୁଖ ଉକ୍ତ ସମୟରେ ଗୌରୀଙ୍କ ସହ ଡ୍ୟାନ୍ସ କରି ପାରି ନଥିଲେ । ହେଲେ ସେହି ଦିନକୁ ଉଭୟଙ୍କ ଭାଗ୍ୟ ଏକ ହୋଇଯାଇଥିଲା ଏକ ।

କିଙ୍ଗ ଖାନ ଗୌରୀଙ୍କ ପ୍ରେମରେ ପଡି ଯାଇଥିଲେ ସେହିପରି ଶାହାରୁଖ ଖାନଙ୍କୁ ମଧ୍ୟ ଶେଷରେ ମନ ଦେଇ ବସିଥିଲେ ଗୌରୀ । କିଛି ଦିନ ପରସ୍ପର ସହ କଥା ହେବା ପରେ ଗୌରୀ ଏହି ସମ୍ପର୍କକୁ ନେଇ ଦ୍ୱନ୍ଦରେ ପଡିଯାଇଥିଲେ ଏବଂ କିଛି ଦିନ ପାଇଁ ସେ ଶାହାରୁଖଙ୍କ ସହ କଥା ହୋଇନଥିଲେ । ହେଲେ ବେଶି ଦିନ ଶାହାରୁଖ ଗୌରୀଙ୍କଠୁ ଦୂରେଇ ରହି ପାରି ନଥିଲେ ସେ ତାଙ୍କ ମାଙ୍କଠାରୁ ୧୦ ହଜାର ଟଙ୍କା ନେଇ ଗୌରୀଙ୍କୁ ଖୋଜିବା ପାଇଁ ମୁମ୍ବାଇରେ ପହଞ୍ଚି ଯାଇଥିଲେ ।
ଶାହାରୁଖ ଜାଣିଥିଲେ ଯେ ଗୌରୀ ସମୁଦ୍ରକୁ ପସନ୍ଦ କରନ୍ତି ଏବଂ ସେ ସେଠାରେ ତାଙ୍କୁ ଭେଟିବେ । ଶେଷରେ ଉଭୟଙ୍କର ଦେଖା ହୋଇଥିଲା ଏବଂ ସେ ଗୌରୀଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । ହେଲେ ସେହିପରି ସମୟରେ ଗୌରୀ ଏହି ବିବାହ ପାଇଁ ନାଁ କହିଥିଲେ । ହେଲେ ଯେତେବେଳେ ଶାହାରୁଖଙ୍କ ମା'ଙ୍କର ଦେହାନ୍ତ ହୋଇଯାଇଥିଲା ଏହା ପରେ ଗୌରୀ ତାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ, ଏହା ଆମେ ନୁହେଁ ଏକ ସାକ୍ଷାତକାରରେ ଶାହାରୁଖ ଖାନ କହିଛନ୍ତି ।
ଗୌରୀ ରାଜି ହେବା ବଢିଯାଇଥିଲା ଉଭୟଙ୍କ ଚିନ୍ତା । ଗୌରୀ ଏକ ହିନ୍ଦୁ ପରିବାରର ଥିଲେ ଏବଂ ତାଙ୍କ ପିତାମାତା ଅନ୍ୟ ଧର୍ମରେ ବିବାହ କରିବା ସପକ୍ଷରେ ନଥିଲେ। ହେଲେ ଶାହାରୁଖ ଖାନ ପ୍ରାୟାସ କରିଥିଲେ ଏବଂ ଗୌରୀଙ୍କ ପରିବାରକୁ ବୁଝାଇଥିଲେ । ଏହା ପରେ, 25 ଅକ୍ଟୋବର 1991 ରେ ଏହି ଦମ୍ପତି ବିବାହ କରିଥିଲେ । ବିଶେଷ କଥା ହେଉଛି ଶାହାରୁଖ ଖାନ ଏବଂ ଗୌରୀ ଗୋଟିଏ ଦିନରେ ତିନୋଟି ପରମ୍ପରାରେ ବିବାହ କରିଥିଲେ - ହିନ୍ଦୁ, ମୁସଲମାନ ଏବଂ ରେଜିଷ୍ଟ୍ରୀ ମ୍ୟାରେଜ୍ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications