Get Updates
Get notified of breaking news, exclusive insights, and must-see stories!

ଶାହାରୁଖଙ୍କ ଫିଲ୍ମ 'କିଙ୍ଗ୍'ରେ ଭିଲେନ୍ ଭୂମିକାରେ ନଜର ଆସିବେ ଅଭିଷେକ ବଚ୍ଚନ

Shah Rukh Khan And Abhishek Bachchan Film King: ନିକଟରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଯାହା ପରେ କିଙ୍ଗ ଖାନ ପୁଣି ଲଣ୍ତନ ଫେରିଯାଇଛନ୍ତି । କୁହାଯାଉଛି ଯେ, ଶାହାରୁଖ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ 'କିଙ୍ଗ୍'ର ପ୍ରି-ପ୍ରଡକ୍ସନ କାର୍ଯ୍ୟରେ ବିଜି ଅଛନ୍ତି । ଯେଉଁଥି ପାଇଁ ସେ ବିବାହ ସମାରୋହ ପରେ ପୁଣି ମୁମ୍ବାଇରୁ ଲଣ୍ତନ ଫେରିଯାଇଛନ୍ତି ।

ଶାହାରୁଖଙ୍କ ଏହି ଚଳଚ୍ଚିତ୍ରକୁ ନେଇ ଏକ ବଡ଼ ଅପଡେଟ୍ ରହିଛି । ବଲିଉଡର ଜଣେ ଜଣାଶୁଣା ଅଭିନେତା ଶାହାରୁଖଙ୍କ 'କିଙ୍ଗ'ରେ ଭିଲେନ୍ ହେବା ନେଇ ସୂଚନା ରହିଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଜଣାଶୁଣା ଅଭିନେତା ଅଭିଷେକ ବଚ୍ଚନଙ୍କୁ 'କିଙ୍ଗ'ରେ ନେଗେଟିଭ୍ ରୋଲରେ ଦେଖିବା ପାଇଁ ମିଳିବ । ଉଭୟ କଳାକାରଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବାକୁ ଯାଉଛି ।

Shah Rukh Khan

ରିପୋର୍ଟରେ କୁହାଯାଇଛି, 'ଅଭିଷେକ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବେ । ତେବେ କିଙ୍ଗ୍ ଏପରି ଏକ ଫିଲ୍ମ ହେବ ଯେଉଁଥିରେ ଅଭିଷେକଙ୍କୁ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳିବ । ନିର୍ମାତାମାନେ ନିଶ୍ଚିତ ଯେ ସେ ତାଙ୍କ ଜବରଦସ୍ତ ଅଭିନୟରେ ଦର୍ଶକଙ୍କୁ ଇମପ୍ରେସ କରିବେ ।

ଅଭିଷେକଙ୍କ ଭୂମିକା ବିଷୟରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ। କିନ୍ତୁ କୁହାଯାଉଛି ଯେ ଅଭିନେତା ଏହି ସିନେମାନେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସୁହାନା ଜଣେ ୟଙ୍ଗ୍ ଲେଡି ଭୂମିକାରେ ଅଭିନୟ କରିବେ। ଅଭିଷେକ ବଚ୍ଚନ ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ଝିଅଙ୍କୁ ଟ୍ରେନିଂ ଦେବେ ।

ଶାହାରୁଖ ଖାନ, ଅଭିଷେକ ବଚ୍ଚନ ଏବଂ ସୁହାନା ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ବର୍ତ୍ତମାନ ଜାରି ରହିଛି । ଏହାର ସୁଟିଂ ଶୀଘ୍ର ଆରମ୍ଭ ହେବ । ନିର୍ମାତାମାନେ 2025 ରେ ଫିଲ୍ମ ରିଲିଜ୍ କରିବା ନେଇ ସୂଚନା ରହିଛି । ଏହାକୁ ସୁଜୟ ଘୋଷ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଶାହାରୁଖର ଏବଂ ଦୀପିକାଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ୍' ନିର୍ଦ୍ଦେଶକ ଏହାକୁ ପ୍ରଡ୍ୟୁସ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+