ଏହି ଫିଲ୍ମରେ ପ୍ରଥମ ଥର ଏକାଠି ନଜର ଆସିବେ ଶାହାରୁଖ ଖାନ-ଆଲ୍ଲୁ ଅର୍ଜୁନ

ହିନ୍ଦୀ ସିନେମାର ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଜୱାନ'କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ଏକାଠି ନଜର ଆସି ପାରନ୍ତି ଶାହରୁଖ-ଆଲ୍ଲୁ ଅର୍ଜୁନ

Allu Arjun- Shah Rukh Khan In jawan

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଜୱାନ'କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗତ ବର୍ଷ ଜୁନ୍ ମାସରେ 'ଜୱାନ୍'ର ଟିଜର ମୁକ୍ତିଲାଭ କରିଥିଲା । ଯାହାରୁ ଫ୍ୟାନ୍ସଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳିଥିଲା । ଏହାରି ମଧ୍ୟ ଜୱାନକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୁପରହିଟ୍ ଫିଲ୍ମ ପୁଷ୍ପାର ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଶାହାରୁଖ ଖାନ ସହ ଫିଲ୍ମ 'ଜୱାନ୍'ଆସିପାରନ୍ତି ନଜର ।

ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'ରେ ଆଲ୍ଲୁ ଅର୍ଜୁନଙ୍କ କ୍ୟାମୋ ଖବର ଶୁଣି ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । ପ୍ରସିଦ୍ଧ ଚଳଚ୍ଚିତ୍ର ସମାଲୋଚକ ସୁମିତ କଡେଲ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଜୱାନ'କୁ ନେଇ ଏକ ବଡ ଅପଡେଟ୍ ସେୟାର କରିଛନ୍ତି । ସୁମିତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ସାଉଥ ସିନେମାର ଭେଟେରାନ ଅଭିନେତା ଆଲ୍ଲୁ ଅର୍ଜୁନ ଫିଲ୍ମ 'ଜୱାନ'ରେ କ୍ୟାମୋ ଭୂମିକାରେ ଆସିବେ ନଜର ।

ତେବେ ଏପର୍ଯ୍ୟନ୍ତ ଏହି ଖବରକୁ ନେଇ ଫିଲ୍ମ ମେକର୍ସଙ୍କ ତରଫରୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ତେବେ ଏହି ଖବରରେ ଯଦି କୌଣସି ସତ୍ୟତା ଥାଏ ତେବେ ପ୍ରଥମ ଥର ସିଲଭର୍ ସ୍କ୍ରିନ୍ ଆଲ୍ଲୁ ଅର୍ଜୁନ ଏବଂ ଶାହାରୁଖ ଖାନଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଖବର ପ୍ରକାଶ ପାଇବା ପରେ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିଯାଇଛି । ଆପଣଙ୍କୁ ଜଣଇବା ପାଇଁ ଚାହିଁବୁ ଯେ ଶାହାରୁଖ ଖାନଙ୍କ ଅଭିନୀତ 'ଜୱାନ' ୨ ଜୁନ୍ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+