ସୁଟିଂ ସେଟରେ ଆହତ ହେଲେ ଶାହରୁଖ, ହସ୍ପିଟାଲରେ ଭର୍ତ୍ତି

Shah Rukh Khan Accident: ସୁଟିଂ ସେଟରେ ଆହତ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ । ଆମେରିକାର ଲସ ଏଞ୍ଜେଲସରେ ଚାଲିଥିବା ତାଙ୍କର ଅପକମିଂ ମୁଭିର ଶୁଟିଂ କରିବା ସମୟରେ ଘଟିଛି ଦୁର୍ଘଟଣା ।

ଶାହାରୁଖଙ୍କ ନାକରେ ଆଘାତ ଲାଗିବା ଫଳରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲେର ଭର୍ତ୍ତି କରାଯାଇଥିବା ବେଳେ ଏକ ଛୋଟ୍ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି ।

shah rukh khan

ଜାତୀୟ ଗଣମାଧ୍ୟମ ସଂସ୍ଥା ଇ-ଟାଇମ୍ସ ରିପୋର୍ଟ କରିଛି ଯେ ପଠାନ ଅଭିନେତା ତାଙ୍କର ଆଗାମୀ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ ଯେତେବେଳେ ସେ ଲସ ଏଞ୍ଜେଲସରେ ସେଟରେ ଏକ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେବେ କିଙ୍ଗ ଖାନ ବର୍ତ୍ତମାନ ଭାରତ ଫେରିଛନ୍ତି ଏବଂ ସୁସ୍ଥ ଅଛନ୍ତି ।

"SRK ଏକ ପ୍ରୋଜେକ୍ଟ ପାଇଁ ଲସ୍ ଆଞ୍ଜେଲସରେ ସୁଟିଂ କରୁଥିବା ସମୟରେ ତାଙ୍କ ନାକରେ ଆଘାତ ଲାଗିଥିଲା । ପରେ ରକ୍ତସ୍ରାବ ଆରମ୍ଭ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ କରାଯାଇଥିଲା । ଶାହରୁଖଙ୍କ ଟିମ୍ ଏବଂ ଡାକ୍ତରୀ ଟିମ୍ ସୂଚନା ଦିଆଯାଇଛନ୍ତି ଯେ, ଚିନ୍ତା କରିବାର କିଛି ନାହିଁ । ରକ୍ତସ୍ରାବ ବନ୍ଦ କରିବା ପାଇଁ କିଙ୍ଗ ଖାନଙ୍କୁ ସାମାନ୍ୟ ଅସ୍ତ୍ରୋପଚାର କରିବାକୁ ପଡ଼ିଛି । " ବୋଲି ସମ୍ପୃକ୍ତ ମନୋରଞ୍ଜନ ପୋର୍ଟାଲ୍ ଲେଖିଛି । ତେବେ ଦୁର୍ଘଟଣା ସମ୍ପର୍କରେ ଅଭିନେତା କିମ୍ବା ତାଙ୍କ ଟିମ୍ କୌଣସି ବିବୃତ୍ତି ଦେଇ ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+