ବିବାଦରେ 'The Keral Story', ସମର୍ଥନରେ ବାହାରିଲେ ଏହି ଅଭିନେତ୍ରୀ
Shabana Azmi:ଅଦା ଶର୍ମାଙ୍କ ଫିଲ୍ମ 'The Keral Story'କୁ ନେଇ ସାରା ଦେଶରେ ବିବାଦ ଲାଗି ରହିଛି । ଦେଶର ଅନେକ ସ୍ଥାନରେ ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରାଯାଇଛି । ଏହି ଚଳଚ୍ଚିତ୍ରକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଶବାନା ଆଜମୀ । ସେ ଟ୍ୱିଟ୍ କରି ବିରୋଧ କରୁଥିବା ଲୋକଙ୍କୁ ଉଚିତ୍ ଉତ୍ତର ଦେଇଛନ୍ତି ।
'ଦ କେରଳ ଷ୍ଟୋରୀ'ର ଟିଜର ରିଲିଜ୍ ହେବାପରଠୁ ହିଁ ଏହି ଫିଲ୍ମକୁ ବ୍ୟାନ କରିବା ପାଇଁ ଡିମାଣ୍ତ କରାଯାଉଛି । ଏପରିକି ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ କୋର୍ଟକୁ ଏହି ମାମଲା ନିଆଯାଇଥିଲା । ତେବେ କୋର୍ଟ ଏହି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି ।

କିଛି ଲୋକ ଏହି ଫିଲ୍ମକୁ ସମ୍ପୂର୍ଣ୍ଣ ବିରୋଧ କରୁଥିବାବେଳେ କିଛି ଲୋକ ଏହି ଫିଲ୍ମକୁ ସମର୍ଥନ କରୁଛନ୍ତି। ବଲିଉଡର ଅନେକ କଳାକାର ଏହି ଫିଲ୍ମର ସମର୍ଥନରେ ବାହାରିଛନ୍ତି ।

ଶବାନା ଆଜମୀ ଫିଲ୍ମକୁ ସମର୍ଥନ କରିଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଏହି ଫିଲ୍ମକୁ ସମର୍ଥନ ଜଣାଇଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, 'ଯେଉଁମାନେ 'The Keral Story' ବ୍ୟାନ କରିବା ପାଇଁ କହୁଛନ୍ତି, ସେମାନେ ଭୁଲ ନିଷ୍ପତ୍ତି ନେଉଛନ୍ତି ଯେପରିକି ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢାକୁ ବ୍ୟାନ୍ କରିବା ପାଇଁ ଡିମାଣ୍ତ କରି ସେମାନେ ଏକ ବିରାଟ ବଡ ଭୁଲ ନିଷ୍ପତ୍ତି ନେଇଥିଲେ । ଏକ ଚଳଚ୍ଚିତ୍ର ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ପାଇବା ପରେ, ଏଥିରେ ଅନ୍ୟ କୌଣସି ସମ୍ବିଧାନର ଭୂମିକା ନାହିଁ ।
Those who speak of banning #The Kerala Story are as wrong as those who wanted to ban Aamir Khan’s #Laal Singh Chaadha. Once a film has been passed by the Central Board of Film Certification nobody has the right to become an extra constitutional authority .
— Azmi Shabana (@AzmiShabana) May 8, 2023
ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'The Keral Story' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଏହି ଚଳଚ୍ଚିତ୍ରଟି ଓପନିଂ ଡେ'ରେ ଭଲ ଆୟ କରିଛି । ପ୍ରଥମ ଦିନ ୮ କୋଟି ସଂଗ୍ରହ କରିଛି । ଦ୍ୱିତୀୟ ଦିନରେ ଏହା ୧୨ କୋଟିରୁ ଅଧିକ
ବ୍ୟବସାୟ କରିଛି । ତୃତୀୟ ଦିନରେ ଏହା ପ୍ରେକ୍ଷାଳୟରେ ୧୬ କୋଟିରୁ ଅଧିକ ବ୍ୟବସାୟ କରିଛି ଏହି ବିବାଦୀୟ ଫିଲ୍ମ ।
ଏପର୍ଯ୍ୟନ୍ତ ମୋଟ ୩୫ କୋଟିର ବ୍ୟବସାୟ କରିସାରିଲାଣି ଏହି ଫିଲ୍ମ । ଆଗାମୀ ଦିନରେ ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି ।












Click it and Unblock the Notifications