'ସାବାସ ମିଥୁ' ଚଳଚ୍ଚିତ୍ରର ଟ୍ରେଲର ଆଉଟ

ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାବାସ ମିଥୁର ଟ୍ରେଲର ଆଉଟ୍ ହୋଇଛି । ଶ୍ରୀଜିତ ମୁଖାର୍ଜୀଙ୍କ ଦ୍ୱାରା ପରିଚାଳିତ ଏହି ଚଳଚ୍ଚିତ୍ରଟି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନ ଉପରେ ଆଧାରିତ ।

ମୁୁମ୍ବାଇ: ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାବାସ ମିଥୁର ଟ୍ରେଲର ଆଉଟ୍ ହୋଇଛି । ଶ୍ରୀଜିତ ମୁଖାର୍ଜୀଙ୍କ ଦ୍ୱାରା ପରିଚାଳିତ ଏହି ଚଳଚ୍ଚିତ୍ରଟି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନ ଉପରେ ଆଧାରିତ । ମିତାଲି ରାଜ୍ ଙ୍କ ଚଉକା ଛକାରୁ ଆରମ୍ଭ ହୋଇଛି ଟ୍ରେଲରର ସିନ । ମିତାଲିଙ୍କ ଚରିତ୍ରରରେ ନଜର ଆସିବେ ତାପସୀ ପନ୍ନୁ।

mithali raj

ପିଲାଦିନରୁ ଦହିଁ କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ନେଇ ଜଣାପଡିଥିଲା। ପ୍ରଥମେ ମିତାଲିଙ୍କ ଭାଇ ଏନେଇ ଜାଣିଥିଲେ । ଏହାପରେ ତାଙ୍କ ପ୍ରତିଭାକୁ ପ୍ରଶିକ୍ଷକ ବିଜୟ ରାଜ ସ୍ୱୀକୃତି ଦେଇଥିଲେ। ଏହାପରେ ମିତାଲିଙ୍କ ପରିବାର ତାଙ୍କୁ କ୍ରିକେଟ୍ ଖେଳିବାକୁ ଖୁବ ଉତ୍ସାହିତ କରିଥିଲେ । ଧିରେ ଧିରେ ମିତାଲି ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ସଫଳ ହେବାର ରାସ୍ତା ମିତାଲିଙ୍କ ପାଇଁ ପ୍ରଥମେ ତ ସହଜ ନଥିଲା । ଅନେକ ସମସ୍ୟାର ସାମନା କରିବା ପରେ ସେ ଆଜି ସଫଳ ଓ ଲୋକପ୍ରିୟ ହୋଇପାରିଛନ୍ତି ।

ତାପସୀ ପନ୍ନୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଟ୍ରେଲର ସେୟାର କରି ଲେଖିଛନ୍ତି, ମିତାଲି ରାଜଙ୍କୁ ତ ଆପଣ ସମସ୍ତେ ଜାଣନ୍ତି, ବର୍ତ୍ତମାନ ତାଙ୍କ ପିଲାଟି ଦିନୁ ଆଜିର ସଫଳତା କାହାଣୀ ଦେଖିବାକୁ ପ୍ରସ୍ତୁତ ହୁଅନ୍ତୁ । ମିତାଲି ନିଜ ପରିବାର ସହ ସାରା ଦେଶ ପାଇଁ ଜଣେ ମହିଳା କ୍ରିକେଟର ଭାବେ ଗର୍ବ ଆଣିଦେଇଛନ୍ତି। #ShabaashMithu#ShabaashMithuTrailer #GirlWhoChangedTheGame"

ମିତାଲି ରାଜ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଟ୍ରେଲର ସେୟାର କରିଛନ୍ତି କିନ୍ତୁ ଏକ ଭିନ୍ନ କ୍ୟାପସନ ସହିତ । ସେ ଲେଖିଥିଲେ, "ଗୋଟିଏ ଖେଳ, ଗୋଟିଏ ରାଷ୍ଟ୍ର, ଗୋଟିଏ ଅଭିଳାଷ... ମୋର ସ୍ୱପ୍ନ! ଦଳ ପ୍ରତି କୃତଜ୍ଞ ଏବଂ ମୋ କାହାଣୀକୁ ଆପଣଙ୍କ ସମସ୍ତଙ୍କ ସହ ବାଣ୍ଟିବାକୁ ଉତ୍ସାହିତ! #ସାବାସମିଥୁଟ୍ରେଲର#ଗାର୍ଲ ହୁ ଚେଞ୍ଜଦିଗେମ୍" ଦେଖନ୍ତୁ ।
ତାପସୀ ପନ୍ନୁଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ବିଜୟ ରାଜ ଏବଂ ମୁମତାଜ ସୋରକାର ମଧ୍ୟ ଝୁଲଣ ଗୋସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି। ସାବାସ ମିଥୁ ଜୁଲାଇ 15, 2022 ରେ ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+