ସୁଶାନ୍ତ ସିଂହ ରାଜପୁତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ କଣ ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ, ଦେଖନ୍ତୁ
ନୂଆଦିଲ୍ଲୀ: ଆଜି ସୁଶାନ୍ତ ସିଂ ରାଜପୁତଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଆଜିକୁ ଠିକ ୩ ବର୍ଷ ତଳେ ଅର୍ଥାତ ୨୦୨୦ ମସିହା ଜୁନ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା।
ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ ତାଙ୍କ ଭାଇଙ୍କ ସ୍ମୃତିରେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଅଭିନେତାଙ୍କ ଭଉଣୀ ଲେଖିଛନ୍ତି, ''ଲଭ୍ ୟୁ ଭାଇ, ଏବଂ ତୁମର ବୁଦ୍ଧିମତାକୁ ସଲାମ କରୁଛି । ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛି, କିନ୍ତୁ ମୁଁ ଜାଣେ ତୁମେ ମୋର ଏକ ଅଂଶ । ତୁମେ ମୋ ନିଃଶ୍ୱାସ ପରି ମୋ ସହ ଜଡିତ ଅଛ ।''

ଅନ୍ୟପଟେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । ସେ ଆଜି ସୁଶାନ୍ତଙ୍କ ସହ ଛୁଟି କାଟିବା ବେଳର ଗୋଟିଏ ଭିଡିଓକୁ ପୋଷ୍ଟ କରିଛନ୍ତି। ଏଥିରେ ଉଭୟ ଗୋଟିଏ ପାହାଡ଼ ଉପରେ ବସି ରହିଛନ୍ତି। ସେ କେବଳ ଭିଡିଓ ପୋଷ୍ଟ କରିଥିବା ବେଳେ ତଳେ କଳା ରଙ୍ଗର ହାର୍ଟ ଇମୋଜି ଦେଇଛନ୍ତି।
ସୂଚନାଥାଉ କି, ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମଦତ୍ୟାଜନିତ ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ବଲିଉଡ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା । ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁର କାରଣ ବଲିଉଡରେ ନେପୋଟିଜିମ ଚାଲିଥିବା କହି ପ୍ରଶଂସକମାନେ ସଲମାନ ଖାନ ଏବଂ କରନ ଜୋହରଙ୍କ ସମେତ ଅନେକ ତାରକାଙ୍କୁ ଟାର୍ଗେଟ କରିଥିଲେ। ଏହି ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଛନ୍ଦି ହୋଇଥିଲେ । ଅଭିନେତ୍ରୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ତିନି ବର୍ଷ ବିତିଗଲାଣି ।












Click it and Unblock the Notifications