ଦେଖନ୍ତୁ ଅଭିନେତ୍ରୀ ସ୍ୱରା-ଫହାଦଙ୍କ ରୋମାଣ୍ଟିକ୍ ଫୋଟ, ଫ୍ୟାନ୍ସ ଦେଲେ ଏପରି ଶୁଭେଚ୍ଛା

ସ୍ୱରାଙ୍କର ହଲଦି ସେରିମନିର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ପ୍ରଶଂସକଙ୍କର ପ୍ରଶଂସା ସାଉଁଟୁଛନ୍ତି ବଲିଉଡର ଏହି ନୂଆ ଯୋଡି । ଫୋଟ ସହ ଅଭିନେତ୍ରୀ ନିଜ ହଲଦି ସେରିମନିରର ଏକ ରିଲସ୍ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

Swara-Fahad Haldi Ceremony

Swara Bhasker Haldi Ceremony: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର କିଛି ସପ୍ତାହ ପୂର୍ବରୁ ସୋସିଆଲ ଆକ୍ଟିଭିଷ୍ଟ ଫହାଦ ଅହମ୍ମଦଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ କରିସାରିଛନ୍ତି । ବର୍ତ୍ତମାନ ଏହି ଦମ୍ପତି ପୁଣି ପୂର୍ଣ୍ଣ ରୀତିନୀତି ସହିତ ପାରମ୍ପାରିକ ବିବାହ
କରିଛନ୍ତି । ଯାହାର ଫୋଟ ଅଭିନେତ୍ରୀ ସୋସିଆଲ ମିଡିଆରେ ଅପଡେଟ୍ କରିଛନ୍ତି । ସ୍ୱରାଙ୍କର ହଲଦି ସେରିମନିର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ପ୍ରଶଂସକଙ୍କର ପ୍ରଶଂସା ସାଉଁଟୁଛନ୍ତି ବଲିଉଡର ଏହି ନୂଆ ଯୋଡି । ଫୋଟ ସହ ଅଭିନେତ୍ରୀ ନିଜ ହଲଦି ସେରିମନିରର ଏକ ରିଲସ୍ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ସ୍ୱରା ଏବଂ ଫହାଦଙ୍କ ହଲଦି ସେଲିବ୍ରେସନର ଫୋଟରେ ଉଭୟ ଏବେ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ । ପ୍ରଥମ ଫୋଟରେ ସ୍ୱରା ଫହାଦଙ୍କ ହାତ ଧରିଥିବାର ଦେଖିବା ପାଇଁ ମିଳୁଛି । ଉଭୟ ପରସ୍ପର ସହ ବେଶ୍ ଖୁସିଥିବାର ନଜର ଆସୁଛନ୍ତି । ସେହିପରି ଫ୍ୟାନ୍ସ ଏହି
ଯୋଡିକୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ସବୁଠୁ ଖାସ ରହିଛି ସ୍ୱରାଙ୍କ କ୍ୟାପସନ ଯେଉଁଥିରେ ସେ ଲେଖିଛନ୍ତି,'କିଛି ସଂସ୍କୃତିରେ ହଳଦୀ, କିଛିରେ ଉବଟନ୍ ଏବଂ ମୈୟାଂ', ହେଲେ ପ୍ରେମ ଏପରି ଏକ ଭାଷା ଯାହାକୁ ସମସ୍ତ ସଂସ୍କୃତି ବୁଝିପାରେ । #SwaadAnusaar'

ଏହାପୂର୍ବରୁ ଅଭିନେତ୍ରା ନିଜ ବିବାହର ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ସାଉଥ୍ ଇଣ୍ତିଆ ବ୍ରାଇଡ୍ ଲୁକରେ ନଜର ଆସିଥିଲେ । ଯେଉଁଥିରେ ସେ ନାଲି ରଙ୍ଗର ଶାଢୀ ସହ ପାରମ୍ପାରିକ ଅଳଙ୍କାର ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସୂଚନା ଅନୁସାରେ, ମାର୍ଚ୍ଚ ୧୫ ସ୍ୱରା ଏବଂ ଫହାଦ ଏକ କବାଲି ପ୍ରୋଗ୍ରାମର ରଖିଥିଲେ । ଅନ୍ୟପକ୍ଷରେ, ମାର୍ଚ୍ଚ ୧୬ରେ ନବ ଦମ୍ପତି ସେମାନଙ୍କ ବିବାହ ପାଇଁ ଏକ ବିଶାଳ ରିସେପ୍ସନର ଆୟୋଜନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+