ଦେଖନ୍ତୁ ଆଲ୍ଲୁ ଅର୍ଜୁନଙ୍କ ଘର ଭିତରର ଦୃଶ୍ୟ, ଯାହାର ମୂଲ୍ୟ ୧୦୦ କୋଟି
Allu Arjun House: ଗତ କିଛି ଦିନ ହେଲା ବେଶ୍ ଲାଇମ ଲାଇଟରେ ରହିଛନ୍ତି ଆଲ୍ଲୁ ଅର୍ଜୁନ । ନିକଟରେ ଅଭିନେତାଙ୍କ ଘର ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ପୁଷ୍ପା -2 worldwide ରେ 1500 କୋଟିରୁ ଅଧିକ ବ୍ୟବସାୟ କରିଥିବା ସହ ବାହୁବଳୀର ରେକର୍ଡ ବ୍ରେକ୍ କରିଛି । ପୁଷ୍ପା ୨ର ସଫଳତା ସହ ଆଲ୍ଲୁ ଅର୍ଜୁନଙ୍କ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି ।

ପୁଷ୍ପା ୨ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ବାହାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଏହି ମାମଲାରେ ଅଭିନେତା ଆଲୁ ଅର୍ଜୁନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଯାହା ପରେ ଅଭିନେତାଙ୍କ ଘର ଉପରେ କିଛି ଲୋକ ଆକ୍ରମଣ ମଧ୍ୟ କରିଥିଲେ । ଘର ବାହାରେ ପଥର ଫିଙ୍ଗା ଯାଇଥିଲା । ଆଲ୍ଲୁ ଅର୍ଜୁନ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ଲାଇମଲାଇଟରେ ରହିଛନ୍ତି । ତେବେ ଚାଲନ୍ତୁ ଅଭିନେତାଙ୍କ ଘର ଭିତରର ଝଲକ ।

ଆଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଜୁବୁଲିର ଏକ ଘରେ ରୁହନ୍ତି। ତାଙ୍କର ଏହି ଘର କୌଣସି ବିଳାସପୂର୍ଣ୍ଣ ମହଲଠାରୁ କମ୍ ନୁହେଁ । ଆଲ୍ଲୁ ଅର୍ଜୁନଙ୍କ ଏହି ଘରେ ସମସ୍ତ ପ୍ରକାରର ସୁବିଧା ରହିଛି । ତେବେ ଅଭିନେତାଙ୍କ ଘରର ମୂଲ୍ୟ ପ୍ରାୟ 100 କୋଟି ଟଙ୍କା । ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ସ୍ନେହା ପ୍ରାୟତଃ ନିଜ ଘରର ଫଟୋ ସେୟାର କରିଥାନ୍ତି । ଯେଉଁଥିରେ ତାଙ୍କ ଘର ଭିତରର ସୌନ୍ଦର୍ଯ୍ୟର ଝଲକ ଦେଖିବା ପାଇଁ ମିଳିଥାଏ ।
ଆଲ୍ଲୁ ଅର୍ଜୁନଙ୍କ ଏହି ବଙ୍ଗଳାର ନାମ ଆଶୀର୍ବାଦ । ଯେଉଁଠାରେ ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହିତ ରୁହନ୍ତି । ଅଭିନେତାଙ୍କ ଘରର ରଙ୍ଗ ଧଳା ଅଟେ । ତାଙ୍କ ଘର ବାହାରୁ ବହୁତ ସୁନ୍ଦର ।
ସେହିପରି ଘର ଭିକରେ ସ୍ୱିମିଂ ପୁଲ୍, ଲନ୍, ପ୍ଲେ ଏରିଆ ପରି ପ୍ରାୟତଃ ସମସ୍ତ ପ୍ରକାରର ସୁବିଧା ରହିଛି । ତାଙ୍କ ଘରର ଇଣ୍ଟେରିୟର ଡିଜାଇନର୍ ଆମୀର ଏବଂ ହମିଦଙ୍କ ଦ୍ୱାରା କରାଯାଇଛି । ତାଙ୍କ ଘରେ ଏକ ସୁଇମିଂ ପୁଲ୍ ମଧ୍ୟ ଅଛି ଯେଉଁଥିରେ ସେ ପ୍ରାୟତଃ ନିଜ ପିଲାମାନଙ୍କ ସହିତ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥାଏ ।












Click it and Unblock the Notifications