ଅନୁଭବଙ୍କ ଘର ଛାଡିବେ ବର୍ଷା, କୋର୍ଟ ଦେଲେ ନିର୍ଦ୍ଦେଶ
ବର୍ଷାଙ୍କୁ କୋର୍ଟଙ୍କ ଝଡକା । ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ ।
କଟକ: ବର୍ଷାଙ୍କୁ କୋର୍ଟଙ୍କ ଝଡକା । ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି କଟକ SDJM କୋର୍ଟ ତାଙ୍କ ଶ୍ୱଶୁର ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦେଶ ରହିଛି । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବର୍ଷା । ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ ।
ତେବେ ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ରଙ୍କ କହିବା ଅନୁସାରେ, ବର୍ଷାଙ୍କୁ ପ୍ରତିମାସ ୧୦ ତାରିଖ ଭିତରେ ମାସକୁ ୩୦ ହଜାର ଟଙ୍କା ରହଣି ପାଇଁ ଦେବେ ଅନୁଭବ । ଅନୁଭବ ୨ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡିବେ । କିନ୍ତୁ ବର୍ଷା ତାଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ଘର ଖୋଜିବେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।
ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ବର୍ଷା 7 ଅଗଷ୍ଟ 2020 ରେ କୋର୍ଟରେ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏଥିସହ ଅନୁଭାଭଙ୍କୁ କ୍ଷତିପୂରଣ ଏକ ଅଂଶୀଦାରୀ ଘରେ ରହିବାର ଅଧିକାର କିମ୍ବା ତାଙ୍କ ପଦ କିମ୍ବା ସ୍ତରରେ ଏକ ଘର ପାଇଁ ମାସକୁ 20,000 ଟଙ୍କା ଭଡା ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ସେ କୋର୍ଟରେ ପ୍ରାର୍ଥନା କରିଥିଲେ । ଏଥିସହିତ 15 କୋଟି ଟଙ୍କାର ଏକକାଳୀନ କ୍ଷତିପୂରଣ ଏବଂ ମାସିକ ପ୍ରାୟ 50,000 ଟଙ୍କା ରକ୍ଷଣାବେକ୍ଷଣ ମାଗିଥିଲେ ବର୍ଷା ।












Click it and Unblock the Notifications