For Quick Alerts
Turn On Notification  
For Daily Alerts
Oneindia App Download

'ତାଣ୍ଡଭ'ର ନିର୍ମାତାଙ୍କୁ ସୁପ୍ରିମକୋର୍ଟର ଝଟକା, ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ

ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ଯେଉଁଠାରେ ବୁଧବାର ଦିନ ସିରିଜ ନିର୍ମାତା ତଥା ଅଭିନେତା ଜିଶାନଙ୍କ ଆବେଦନ ଶୁଣାଣି ହୋଇଥିଲା । ତେବେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ।

|

ନୂଆଦିଲ୍ଲୀ : ସୈଫ୍ ଅଲ୍ଲୀ ଖାନଙ୍କ ୱେବ୍ ସିରିଜ୍ 'ତାଣ୍ଡବ' ନିକଟରେ ଆମାଜନ ପ୍ରାଇମ ଭିଡିଓ ମୁକ୍ତିଲାଭ କରିଥିଲା । ଯାହା ପରେ ଏହି ୱେବ୍ ସିରିଜ୍ ବିବାଦରେ ପରିଣତ ହୋଇଥିଲା ଏବଂ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା । ପରେ ବିଭିନ୍ନ ରାଜ୍ୟରେ ତଣ୍ଡଭ ନିର୍ମାତା ତଥା ବିବାଦୀୟ ଦୃଶ୍ୟ କରିଥିବା ମହମ୍ମଦ ଜିଶାନ ଆୟୁବଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ଯେଉଁଠାରେ ବୁଧବାର ଦିନ ସିରିଜ ନିର୍ମାତା ତଥା ଅଭିନେତା ଜିଶାନଙ୍କ ଆବେଦନ ଶୁଣାଣି ହୋଇଥିଲା । ତେବେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ।
'ତାଣ୍ଡଭ'ର ନିର୍ମାତାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଫାଲି ନାରିମାନ କହିଛନ୍ତି ଯେ ୱେବ୍ ସିରିଜର କିଛି ଦୃଶ୍ୟକୁ ନେଇ ବିବାଦ ଲାଗି ରହିଛି । ଏଥି ସହିତ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି । ଏଭଳି ପରିସ୍ଥିତିରେ, ଏହି ପ୍ରସଙ୍ଗରେ କିଛି ବାକି ନାହିଁ ଏବଂ ଧାର୍ମିକ ଭାବନାକୁ ଆଘାତ କରୁଥିବା କୌଣସି ଦୃଶ୍ୟ ନାହିଁ ।

Tandav-Supreme-Court

ଏଥି ସହିତ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଏହି ମାମଲାରେ ହାଇକୋର୍ଟ ଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଯଦି କ୍ଷମା ପ୍ରାର୍ଥନା ପରେ ଆପତ୍ତିଜନକ ଦୃଶ୍ୟକୁ ହଟାଯାଇଛି, ତେବେ ପୋଲିସ କ୍ଲୋଜର ରିପୋର୍ଟ କରିପାରିବ । ଏଥିରେ ଦ୍ୱିତୀୟ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଏମ ରୋହତଗୀ କହିଛନ୍ତି, ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି, ଏଭଳି ପରିସ୍ଥିତିରେ ହାଇକୋର୍ଟ କିପରି ଯିବେ । ଏଭଳି ପରିସ୍ଥିତିରେ ସମସ୍ତ ଏଫଆଇଆର ମୁମ୍ବାଇରେ କ୍ଲବ ହେବା ଉଚିତ୍ । ସମସ୍ତ ପକ୍ଷ ଶୁଣିବା ପରେ ବେଞ୍ଚ କହିଛନ୍ତି ଯେ କୋର୍ଟ ଅଭିନେତା ଆୟୁବ, ଆମାଜନ ପ୍ରାଇମ ଭିଡିଓ ଏବଂ ନିର୍ମାତାଙ୍କୁ କୌଣସି ପ୍ରକାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ । ଏଫଆଇଆର ବାତିଲ, ଆଗୁଆ ଜାମିନ୍ ପାଇଁ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୁଅନ୍ତୁ ।

କାହିଁକି ହୋଇଥିଲା ବିବାଦ ?

ରାଜନୈତିକ ଡ୍ରାମା ଉପରେ ଆଧାରିତ ଏକ ୱେବ୍ ସିରିଜରେ ସୈଫ୍ ଅଲ୍ଲୀ ଖାନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ୱେବ୍ ସିରିଜର ଆରମ୍ଭ ହେଉଛି କଲେଜରେ ଏକ ଷ୍ଟେଜ୍ ସୋ, ଯେଉଁଥିରେ ଅଭିନେତା ଜିଶନ୍ ଆୟୁବ୍ ଭଗବାନ ଶିବ ଭୂମିକାରେ ଅଭିନୟ କରୁଥିବାବେଳେ ଅନ୍ୟ ଜଣେ ଅଭିନେତା ଭଗବାନ ଶ୍ରୀ ରାମ ଭୂମିକାରେ ଅଭିନୟ କରିଛନ୍ତି । ଏହି ସମୟରେ ଉଭୟେ ଅନେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାର ଦୃଶ୍ୟ ରହିଛି । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ୱେବ୍ ସିରିଜକୁ ବିରୋଧ କରାଯାଇଥିଲା ଏବଂ ଅନେକ ରାଜ୍ୟରେ ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
SC Rejects Plea for protection from Arrest of Tandav Series maker and actors.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X